ବଣଭୋଜି ଋତୁ: ବଟାନିକାଲ୍‍ ଗାର୍ଡ଼େନରେ ଜମୁଛି ଭିଡ଼

ସମୟ ଲାଇଭ୍‍,୧/୧୨: ଶୀତ ଋତୁରେ ରାଜ୍ୟର ବିଭିନ୍ନ ପର୍ୟ୍ୟଟନ ସ୍ଥଳରେ ଲୋକଙ୍କ ଭିଡ଼ ଜମୁଛି। ରାଜ୍ୟର ଅନ୍ୟ ସ୍ଥାନ ସମେତ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ଓ ବଟାନିକାଲ୍‍ ଗାର୍ଡ଼େନରେ ମଧ୍ୟ ଅନୁରୂପ ଭିଡ଼ ଦେଖିବାକୁ ମିଳୁଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ସଂଖ୍ୟକ ପର୍ୟ୍ୟଟକ ବଣଭୋଜି କରିବାକୁ ଏଠାକୁ ଆସୁଛନ୍ତି। ଲୋକମାନେ ନନ୍ଦନକାନନରେ ପଶୁପକ୍ଷୀଙ୍କୁ ଦେଖିବା ସହ ବଟାନିକାଲ ଗାର୍ଡ଼େନରେ ଭୋଜିଭାତର ମଜା ନେଉଛନ୍ତି। ପ୍ରାକୃତିକ ପରିବେଶର ମଜା ଓ ମନୋରଞ୍ଜନ ପାଇଁ ଏହା ଉତ୍କୃଷ୍ଟ ସ୍ଥାନ […]

Samaya Live Picture
Published On

ସମୟ ଲାଇଭ୍‍,୧/୧୨: ଶୀତ ଋତୁରେ ରାଜ୍ୟର ବିଭିନ୍ନ ପର୍ୟ୍ୟଟନ ସ୍ଥଳରେ ଲୋକଙ୍କ ଭିଡ଼ ଜମୁଛି। ରାଜ୍ୟର ଅନ୍ୟ ସ୍ଥାନ ସମେତ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ଓ ବଟାନିକାଲ୍‍ ଗାର୍ଡ଼େନରେ ମଧ୍ୟ ଅନୁରୂପ ଭିଡ଼ ଦେଖିବାକୁ ମିଳୁଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ସଂଖ୍ୟକ ପର୍ୟ୍ୟଟକ ବଣଭୋଜି କରିବାକୁ ଏଠାକୁ ଆସୁଛନ୍ତି।

ଲୋକମାନେ ନନ୍ଦନକାନନରେ ପଶୁପକ୍ଷୀଙ୍କୁ ଦେଖିବା ସହ ବଟାନିକାଲ ଗାର୍ଡ଼େନରେ ଭୋଜିଭାତର ମଜା ନେଉଛନ୍ତି। ପ୍ରାକୃତିକ ପରିବେଶର ମଜା ଓ ମନୋରଞ୍ଜନ ପାଇଁ ଏହା ଉତ୍କୃଷ୍ଟ ସ୍ଥାନ ବୋଲି ଏଠାକୁ ଆସୁଥିବା ପର୍ୟ୍ୟଟକ କହିଥା’ନ୍ତି।
ତେବେ ଅନ୍ୟ ଦିନ ତୁଳନାରେ ରବିବାରେ ଏଠାରେ ଅଧିକ ଭିଡ଼ ଦେଖିବାକୁ ମିଳୁଛି। ଗାର୍ଡ଼େନକୁ ଲୋକମାନେ ପରିବାର ସହ ଆସୁଥିବାବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏଠାରେ ବନ୍ଧୁମିଳନ କାର୍ୟ୍ୟକ୍ରମ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

ଛୋଟପିଲାମାନେ ପଶୁପକ୍ଷୀଙ୍କୁ ଦେଖିବାକୁ ଇଚ୍ଛାପ୍ରକାଶ କରୁଥିବାବେଳେ ବଡ଼ମାନେ ଏହି ଜୀବଜନ୍ତୁଙ୍କ ବିଷୟରେ ଅଧିକ ଜାଣିବାକୁ ପାଉଛନ୍ତି। ସେହିପରି ପିଲାମାନେ ନନ୍ଦନକାନନ ସ୍ଥିତ ‘ଚିଲ୍ଡ୍ରେନ୍ସ ପାର୍କ’ରେ ଖେଳିବାକୁ ଅଧିକ ପସନ୍ଦ କରୁଛନ୍ତି। ପର୍ୟ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଅନ୍ୟଦିନରେ ନନ୍ଦନକାନରୁ ବଟାନିକାଲ ଗାର୍ଡ଼େନକୁ ଯାଇଥିବା କମ୍‍ ଦୂରତା ବିଶିଷ୍ଟ ରାସ୍ତା ଖୋଲାରହୁଥିବାବେଳେ ରବିବାର ଗୁଡ଼ିକରେ ଏହି ଗେଟ୍‍ ବନ୍ଦ କରାଯାଇ ଦ୍ୱିତୀୟ ଗେଟ୍‍ ଖୋଲା ରହୁଛି। ପର୍ୟ୍ୟଟକଙ୍କୁ ଅଧିକ ଦୂରତା ଅତିକ୍ରମ କରିବାକୁ ପଡ଼ୁଥିବାର ସାମାନ୍ୟ ଅସନ୍ତୋଷ ପ୍ରକାଶ ପାଉଥିଲେ ମଧ୍ୟ ଯାତାୟାତ ଶୃଙ୍ଖଳିତ ହୋଇପାରୁଛି। ଗାଡ଼ି ପାର୍କିଂ ଓ ପାନୀୟ ଜଳର ସୁବିଧା ରହିଥିବାରୁ ଲୋକମାନେ ସହଜ ଅନୁଭବ କରୁଛନ୍ତି।

Tags: