ଟ୍ରେନ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ବଲିଉଡ ତାରକା

ମୁମ୍ବାଇ : ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ଟ୍ୱିଟ କରି ଶୋକ ବ୍ୟକ୍ତ କଲେ ବଲିଉଡ୍‌ ତାରକାଙ୍କ ସହିତ ପ୍ରଖ୍ୟାତ୍‌ କ୍ରିକେଟ ଖେଳାଳି ବିରାଟ କୋହଲି । ଟୁଇଟ୍‌ କରି ସଲ୍‌ମାନ୍‌ ଖାଁ ଲେଖିଛନ୍ତି: ଦୁର୍ଘଟଣା ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ। ଈଶ୍ବର ଏହି ଦୁଃଖଦ ଦୁର୍ଘଟଣାରେ ମୃତବ୍ୟକ୍ତିମାନଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ, ତାଙ୍କ ପରିବାରବର୍ଗଙ୍କୁ ରକ୍ଷା କରନ୍ତୁ ଓ ସାମର୍ଥ୍ୟ ଦିଅନ୍ତୁ ଏବଂ ଆହତମାନଙ୍କୁ ବି ରକ୍ଷା କରନ୍ତୁ। […]

Samaya Live Picture
Published On

ମୁମ୍ବାଇ : ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ଟ୍ୱିଟ କରି ଶୋକ ବ୍ୟକ୍ତ କଲେ ବଲିଉଡ୍‌ ତାରକାଙ୍କ ସହିତ ପ୍ରଖ୍ୟାତ୍‌ କ୍ରିକେଟ ଖେଳାଳି ବିରାଟ କୋହଲି ।

ଟୁଇଟ୍‌ କରି ସଲ୍‌ମାନ୍‌ ଖାଁ ଲେଖିଛନ୍ତି: ଦୁର୍ଘଟଣା ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ। ଈଶ୍ବର ଏହି ଦୁଃଖଦ ଦୁର୍ଘଟଣାରେ ମୃତବ୍ୟକ୍ତିମାନଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ, ତାଙ୍କ ପରିବାରବର୍ଗଙ୍କୁ ରକ୍ଷା କରନ୍ତୁ ଓ ସାମର୍ଥ୍ୟ ଦିଅନ୍ତୁ ଏବଂ ଆହତମାନଙ୍କୁ ବି ରକ୍ଷା କରନ୍ତୁ।

ସେହିପରି, କ୍ରିକେଟ୍‌ ତାରକା ବିରାଟ କୋହଲି ଟୁଇଟ୍‌ କରି ଲେଖିଛନ୍ତି, ଓଡ଼ିଶାରେ ଘଟିଥିବା ଭୟାବହ ଟ୍ରେନ୍‌ ଦୁର୍ଘଟଣା କଥା ଶୁଣି ଦୁଃଖିତ। ପ୍ରିୟ ପରିଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା। ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି।

ଅଭିନେତ୍ରୀ ପରିଣୀତି ଚୋପ୍ରା ମଧ୍ୟ ଏହି ଏହି ଟ୍ରେନ୍‌ ଦୁର୍ଘଟଣାରେ ଶୋକବ୍ୟକ୍ତ କରି ‌ଟୁଇଟ୍‌ କରିଛନ୍ତି, ଓଡ଼ିଶାରେ ଘଟିଥିବା ଏହି ଭୟାବହ ଟ୍ରେନ୍‌ ଦୁର୍ଘଟଣାରେ ପ୍ରଭାବିତ ‌ହୋଇଥିବା ସମସ୍ତଙ୍କ ପାଇଁ ମୋର ପ୍ରାର୍ଥନା କରିଥିବାବେଳେ ଅଭିନେତା ଅକ୍ଷୟ କୁମାର ମଧ୍ୟ ଶୋକବ୍ୟକ୍ତ କରି ଲେଖିଛନ୍ତି, ଓଡ଼ିଶାରେ ଘଟିଥିବା ଭୟାବହ ଟ୍ରେନ୍‌ ଦୁର୍ଘଟଣାର ଫଟୋ/ଭିଡିଓ ଦେଖି ମର୍ମାହତ। ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ଏହି ଦୁଃଖଦ ସମୟରେ ପ୍ରଭାବିତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା।

Tags: