ବିଜେପି ପ୍ରୀତିରେ ବିଜେଡ଼ି ଜିତିଲା : ସୁର ରାଉତରାୟ

ସମୟ ଲାଇଭ,୨୬/୧୦: ବିଜେପୁର ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଜୋଣ ଧରିଛି ରାଜ୍ୟ ରାଜନିତି। ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ୯୭,୯୯୦ ଖଣ୍ଡ ଭୋଟ ବ୍ୟବଧାନରେ ଜିତିବା ପରେ ବିଜେଡ଼ି ମନାଉଛି ଉତ୍ସବ। ଅନ୍ୟପଟେ ବିରୋଧି କରୁଛନ୍ତି ମାନସ ମନ୍ଥନ। କେଉଁ କାରଣରୁ ଉଭୟ ବିଜେପି ଆଉ କଂଗ୍ରେସ ପ୍ରାର୍ଥୀ ହାରିଲେ ସେ ନେଇ ହେଉଛି ଆଲୋଚନା। କିନ୍ତୁ ଆଜି ସୁର ରାଉତରାୟଙ୍କ ବିବାଦୀୟ ବୟାନ ପୁଣିଥରେ ରୋଚକ ମୋଡକୁ ନେଇଛି ବିଜେପୁର ଫଳାଫଳକୁ। ସୁର […]

Samaya Live Picture
Published On
ସମୟ ଲାଇଭ,୨୬/୧୦: ବିଜେପୁର ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଜୋଣ ଧରିଛି ରାଜ୍ୟ ରାଜନିତି। ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ୯୭,୯୯୦ ଖଣ୍ଡ ଭୋଟ ବ୍ୟବଧାନରେ ଜିତିବା ପରେ ବିଜେଡ଼ି ମନାଉଛି ଉତ୍ସବ। ଅନ୍ୟପଟେ ବିରୋଧି କରୁଛନ୍ତି ମାନସ ମନ୍ଥନ। କେଉଁ କାରଣରୁ ଉଭୟ ବିଜେପି ଆଉ କଂଗ୍ରେସ ପ୍ରାର୍ଥୀ ହାରିଲେ ସେ ନେଇ ହେଉଛି ଆଲୋଚନା। କିନ୍ତୁ ଆଜି ସୁର ରାଉତରାୟଙ୍କ ବିବାଦୀୟ ବୟାନ ପୁଣିଥରେ ରୋଚକ ମୋଡକୁ ନେଇଛି ବିଜେପୁର ଫଳାଫଳକୁ। ସୁର କହିଛନ୍ତି ବିଜେପିର ବିଜେଡ଼ି ପ୍ରତି ପାଇଁ ହାରିଲା ବିଜେପି। ଦୁହେଁ ବୁଝାମଣା ହୋଇ ଲଢୁଥିଲେ କହଛନ୍ତି ସୁର। ଏଥିସହିତ କଂଗ୍ରେସର ସ୍ଥିତି ବିଜେପୁରରେ ଭଲ ନଥିଲା ଏପରିକି ଦଳରୁ କେହି ବ୍ରଚାର ପାଇଁ ମଧ୍ୟ ଯାଇନଥିଲେ। ବିଜେଡି ପ୍ରତି ଭୋଟରଙ୍କ ପିଛା ୧୫୦୦ ରୁ ୨୦୦୦ ଟଙ୍କା ଦେଇଥିବା ବେଳେ ଅମେ ଟଙ୍କାଟିଏ ବି ଦେଇନାହୁଁ। ଆଉ ଦଳ କେବଳ ବିବେକର ଭୋଟ ପାଇଛି ବୋଲି କହିଛନ୍ତି ସୁର ଭାଇ।

Tags: