ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦୁଇ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ:ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରେଖା ଗୁପ୍ତାଙ୍କ ବଡ଼ ଆକ୍ସନ।ପ୍ରଥମ କ୍ୟାବିନେଟ୍ ବୈଠକରେ ନିଆଗଲା ୨ଟି ବଡ଼ ନିଷ୍ପତ୍ତି। ଦିଲ୍ଲୀରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା।ଏନେଇ କ୍ୟାବିନେଟ୍ ବୈଠକରେ ଦିଆଗଲା ମଞ୍ଜୁରୀ।କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଘୋଷଣା ହୋଇଛି।ପ୍ରଥମ ବିଧାନସଭା ଅଧିବେଶନରେ ଆସିବ ୧୪ଟି CAG ରିପୋର୍ଟ।ଗତ ସରକାର ଉପସ୍ଥାପନ କରି ନଥିବା ୧୪ଟି CAG ରିପୋର୍ଟ ଆଗତ ହେବ। ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରାମଲୀଳା ପଡ଼ିଆରେ ଆଜି […]

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ  ଦୁଇ ବଡ଼ ନିଷ୍ପତ୍ତି
Samaya Live Picture
Published On

ନୂଆଦିଲ୍ଲୀ:ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରେଖା ଗୁପ୍ତାଙ୍କ ବଡ଼ ଆକ୍ସନ।ପ୍ରଥମ କ୍ୟାବିନେଟ୍ ବୈଠକରେ ନିଆଗଲା ୨ଟି ବଡ଼ ନିଷ୍ପତ୍ତି। ଦିଲ୍ଲୀରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା।ଏନେଇ କ୍ୟାବିନେଟ୍ ବୈଠକରେ ଦିଆଗଲା ମଞ୍ଜୁରୀ।କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଘୋଷଣା ହୋଇଛି।ପ୍ରଥମ ବିଧାନସଭା ଅଧିବେଶନରେ ଆସିବ ୧୪ଟି CAG ରିପୋର୍ଟ।ଗତ ସରକାର ଉପସ୍ଥାପନ କରି ନଥିବା ୧୪ଟି CAG ରିପୋର୍ଟ ଆଗତ ହେବ।
ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ରାମଲୀଳା ପଡ଼ିଆରେ ଆଜି ଶପଥ ଗ୍ରହଣ କରିଛନ୍ତି ରେଖା ଗୁପ୍ତା। ୫୦ ବର୍ଷୀୟ ରେଖା ନିଜ ପ୍ରତିଦ୍ବନ୍ଦ୍ବୀ ବନ୍ଦନା କୁମାରୀଙ୍କୁ ୨୯ ହଜାର ଭୋଟ୍‌ରେ ହରାଇ ସାଲିମାର୍‌ ବାଗ୍‌ ଆସନ ହାତେଇଥିଲେ।

Tags: