୧୦ ଦିନ ପାଇଁ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା: ଡିସେମ୍ବର ୨୮: ଆସନ୍ତା ଜାନୁଆରୀ ମାସରେ ଭିତରକନିକା ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ବନ୍ଦ ସମୟରେ କୁମ୍ଭୀର ଗଣନା କାର୍ଯ୍ୟ ଚାଲିବ । ବିରଳ ବଉଳା କୁମ୍ଭୀରମାନଙ୍କ ଏ;ୁଡିଶାଳ ଭିତରକନିକାରେ କୁମ୍ଭୀର ଗଣନା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀ, ନାଳ ଗୁଡ଼ିକରେ କୁମ୍ଭୀରମାନଙ୍କର ଗଣନା କାର୍ଯ୍ୟ କରାଯିବ । ଜାନୁଆରୀ ୨ରୁ ୧୧ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ […]

Samaya Live Picture
Published On

କେନ୍ଦ୍ରାପଡ଼ା: ଡିସେମ୍ବର ୨୮: ଆସନ୍ତା ଜାନୁଆରୀ ମାସରେ ଭିତରକନିକା ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ବନ୍ଦ ସମୟରେ କୁମ୍ଭୀର ଗଣନା କାର୍ଯ୍ୟ ଚାଲିବ । ବିରଳ ବଉଳା କୁମ୍ଭୀରମାନଙ୍କ ଏ;ୁଡିଶାଳ ଭିତରକନିକାରେ କୁମ୍ଭୀର ଗଣନା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀ, ନାଳ ଗୁଡ଼ିକରେ କୁମ୍ଭୀରମାନଙ୍କର ଗଣନା କାର୍ଯ୍ୟ କରାଯିବ ।
୧୦ ଦିନ ପାଇଁ ବନ୍ଦ ରହିବ ଭିତରକନିକା

ଜାନୁଆରୀ ୨ରୁ ୧୧ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି ।

ଗତବର୍ଷ ଗଣନା ଅନୁସାରେ, ଭିତର କନିକାରେ ୧ ହଜାର ୭୬୮ଟି ବଉଳା କୁମ୍ଭୀର ଥିଲେ । କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନଙ୍କୁ ନେଇ କୁମ୍ଭୀର ଗଣନା କରାଯିବ । ଦିନ ଓ ରାତ୍ରି ସମୟରେ କୁମ୍ଭୀର ଗଣନା କାର୍ଯ୍ୟ କରାଯିବ ବୋଳି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୧୬ ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନରେ ଡଲଫିନ୍‌ ଜନଗଣନା ହୋଇଥିଲା । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଏକ ନିଷ୍ପତ୍ତି ଅନୁଯାୟୀ, ୨୦୧୫ ମସିହାରୁ ଭିତରକନିକା ଅଞ୍ଚଳରେ ଡଲଫିନ୍‌ ଗଣନା କରାଯାଏ ।