କମ୍‍ ଖର୍ଚ୍ଚରେ ବୁଲିଆସନ୍ତୁ ଭୀମକୁଣ୍ଡ…

ସମୟ ଲାଇଭ୍‍,୧୫/୧୨: ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି କିଛି ସମୟ ପ୍ରକୃତି କୋଳରେ ବିତାଇବାକୁ ଆପଣ ଚାହୁଁଥିବେ। ତେବେ କେଉଁ ସ୍ଥାନକୁ ନିଜ ପରିବାର ଓ ବନ୍ଧୁଙ୍କ ସହ ଯିବେ ଭାବି ଦ୍ୱନ୍ଦରେ ପଡ଼ୁଛନ୍ତି କି? ତେବେ ଜାଣନ୍ତୁ ଏପରି ଏକ ସ୍ଥାନ ବିଷୟରେ ଯେଉଁଠିକୁ ଯିବା ପାଇଁ ଆପଣଙ୍କୁ ବେଶୀ ସମୟ ଲାଗିବ ନାହିଁ କିମ୍ବା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ। ମୟୁରଭଞ୍ଜ ଜିଲ୍ଳାର ଭୀମକୁଣ୍ଡ, ଯାହା ପାହାଡ଼,ନଦୀ,ଝରଣା ଓ ସବୁଜ ବନରାଜି […]

Samaya Live Picture
Published On

ସମୟ ଲାଇଭ୍‍,୧୫/୧୨: ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି କିଛି ସମୟ ପ୍ରକୃତି କୋଳରେ ବିତାଇବାକୁ ଆପଣ ଚାହୁଁଥିବେ। ତେବେ କେଉଁ ସ୍ଥାନକୁ ନିଜ ପରିବାର ଓ ବନ୍ଧୁଙ୍କ ସହ ଯିବେ ଭାବି ଦ୍ୱନ୍ଦରେ ପଡ଼ୁଛନ୍ତି କି? ତେବେ ଜାଣନ୍ତୁ ଏପରି ଏକ ସ୍ଥାନ ବିଷୟରେ ଯେଉଁଠିକୁ ଯିବା ପାଇଁ ଆପଣଙ୍କୁ ବେଶୀ ସମୟ ଲାଗିବ ନାହିଁ କିମ୍ବା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ।
ମୟୁରଭଞ୍ଜ ଜିଲ୍ଳାର ଭୀମକୁଣ୍ଡ, ଯାହା ପାହାଡ଼,ନଦୀ,ଝରଣା ଓ ସବୁଜ ବନରାଜି ଘେରରେ ଥାଇ ପର୍ଯ୍ୟଟକଙ୍କୁ ହାତ ବଢ଼ାଇ ଡ଼ାକୁଛି। ଗୋନାସିକାରୁ ବାହାରିଥିବା ପବିତ୍ର ବୈତରଣୀ ନଦୀ କୁଳୁକୁଳୁ ନାଦରେ ବହିଯାଉଛି। ଏହି ଶବ୍ଦକୁ ଅନୁଭବ କରିବାକୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ପାହାଡ଼ ଉପରୁ ଭୀମକୁଣ୍ଡରେ ପଡ଼ୁଥିବା ୱାଟରଫଲ୍‍ ଏହି ପର୍ଯ୍ୟଟନସ୍ଥଳୀର ମୁଖ୍ୟ ଅକେର୍ଷଣ ଅଟେ।
ପୁରାଣ ବର୍ଣ୍ଣନା ଅନୁଯାୟୀ, ପଞ୍ଚୁପାଣ୍ଡବ ଅଜ୍ଞାତ ବନବାସରେ ଯାଇଥିବା ସମୟରେ କେଉଁ ସ୍ଥାନରେ ଆଶ୍ରୟ ନେଇଥିଲେ ଜାଣିବାକୁ ଚାହୁଁଥିଲେ ଥରୁଟିଏ ଭୀମକୁଣ୍ଡ ବୁଲିଯାଆନ୍ତୁ। ସ୍ନାନ କରିବାକୁ ଜଳ ନ ମିଳିବାରୁ ଭୀମ ନିଜ ଗଦାରେ ପ୍ରହାର କରି ଏକ ଜଳପୂର୍ଣ୍ଣ କୁଣ୍ଡ ସୃଷ୍ଟି କରିଥିଲେ। ଉକ୍ତ କୁଣ୍ଡରେ ଏବେ ବି ଜଳ ଭରି ରହୁଛି। ତେବେ ମକର ସଂକ୍ରାନ୍ତିରେ ଏଠାରେ ବୁଡ଼ ପକାଇ କୁଣ୍ଡେଶ୍ୱରଙ୍କୁ ଦର୍ଶନ କରିବାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି ବୋଲତ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ମତ ରହିଛି।

Tags: