ପୌରପାଳିକା କାର୍ୟ୍ୟାଳୟ ପାଲଟିଲା ଅଳିଆ ଗଦା
ସମୟ ଲାଇଭ୍,୧୩/୧୦: ଅଳିଆଗଦା ପାଲଟିଲା ବାରିପଦା ସହର।ଏଥିରୁ ବାଦ ପଡ଼ିନାହିଁ ମୁନ୍ସୀପାଲଟି କାର୍ୟ୍ୟାଳୟ।ସଫେଇ କର୍ମଚାରୀ ମାନେ ଉତ୍ୟକ୍ତ ହୋଇ ସହର ସାରା ଅଳିଆ ଢାଳିଥିଲେ , ଯାହାକୁ ନେଇ କାର୍ୟ୍ୟାଳୟ ପରିସରରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।ତେବେ ତିନିଦିନ ଧରି ଚାଲିଥିବା ଧର୍ମଘଟକୁ ଅଧିକାରୀଙ୍କ ପ୍ରତିଶୃତି ପରେ ଆଜି ସନ୍ଧ୍ୟା ପର୍ୟ୍ୟନ୍ତ ସ୍ଥଗିତ ରଖିଛନ୍ତି ସଫେଇ କର୍ମଚାରୀ ମାନେ। ବାରିପଦା ପୌରପରିଷଦର ବିଭିନ୍ନ ଗଳିକନ୍ଦିକୁ ସ୍ୱଚ୍ଛ ରଖୁଥିବା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଆଳିଆଗଦାରେ ପରିଣତ […]
ସମୟ ଲାଇଭ୍,୧୩/୧୦: ଅଳିଆଗଦା ପାଲଟିଲା ବାରିପଦା ସହର।ଏଥିରୁ ବାଦ ପଡ଼ିନାହିଁ ମୁନ୍ସୀପାଲଟି କାର୍ୟ୍ୟାଳୟ।ସଫେଇ କର୍ମଚାରୀ ମାନେ ଉତ୍ୟକ୍ତ ହୋଇ ସହର ସାରା ଅଳିଆ ଢାଳିଥିଲେ , ଯାହାକୁ ନେଇ କାର୍ୟ୍ୟାଳୟ ପରିସରରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।ତେବେ ତିନିଦିନ ଧରି ଚାଲିଥିବା ଧର୍ମଘଟକୁ ଅଧିକାରୀଙ୍କ ପ୍ରତିଶୃତି ପରେ ଆଜି ସନ୍ଧ୍ୟା ପର୍ୟ୍ୟନ୍ତ ସ୍ଥଗିତ ରଖିଛନ୍ତି ସଫେଇ କର୍ମଚାରୀ ମାନେ।
ବାରିପଦା ପୌରପରିଷଦର ବିଭିନ୍ନ ଗଳିକନ୍ଦିକୁ ସ୍ୱଚ୍ଛ ରଖୁଥିବା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଆଳିଆଗଦାରେ ପରିଣତ ହୋଇଛି ସହର। ତେବେ ସଫେଇ କାର୍ୟ୍ୟ ଠିକା ନେଇଥିବା ସଂସ୍ଥା ପକ୍ଷରୁ ପ୍ରତ୍ୟେକ ମାସ ୭ରୁ୧୦ ତାରିଖ ମଧ୍ୟରେ ସଫେଇ କର୍ମଚାରୀଙ୍କୁ ଦରମା ଦେବା ଘୋଷଣା କରିଥିଲା। କିନ୍ତୁ ଏଥିରେ ବ୍ୟତିକ୍ରମ ହୋଇ ଆଜି ୧୨ତାରିଖ ହୋଇଥିଲେ ସୁଦ୍ଧା ଦରମା ପାଇନାହାନ୍ତି ସଫେଇ କର୍ମଚାରୀମାନେ। ସଂସ୍ଥାର ଏଭଳି ମନମୁଖୀ କାର୍ୟ୍ୟ ପ୍ରତିବାଦରେ ଆଜି ସଫେଇ କାର୍ୟ୍ୟବନ୍ଦ କରି ପ୍ରତିବାଦରେ ପୌରପରିଷଦ କାର୍ୟ୍ୟାଳୟ ଘେରାଉ କରିଥିଲେ। ତେବେ ପୌରପରିଷଦ ପକ୍ଷରୁ ଠିକା ସଂସ୍ଥାକୁ ବିଲ ଦିଆହୋଇଥିବା ପୂର୍ବରୁ କୁହାଯାଇ ଆସୁଥିବା ବେଳେ ସଫେଇ କର୍ମଚାରୀମାନେ କାର୍ୟ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିବାରୁ ସେହି କର୍ମଚାରୀ କହୁଛନ୍ତି କାର୍ୟ୍ୟବ୍ୟସ୍ତତାରୁ ବିଲ ପେମେଣ୍ଟ ହୋଇ ପାରିନାହିଁ। ସେହିପରି ଠିକାସଂସ୍ଥା ଅଧୀନରେ ସଫେଇ କାର୍ୟ୍ୟ କରୁଥିବା କର୍ମଚାରୀମାନେ ସମ୍ପୃକ୍ତ ସଂସ୍ଥାର ନାମ ଜାଣିନଥିବା ବେଳେ ପୌରପରିଷଦ କର୍ମଚାରୀମାନେ ମଧ୍ୟ ଠିକାସଂସ୍ଥାର ନାମ ଠିକଣା କହିନପାରିବା ଆଶ୍ଚର୍ୟ୍ୟଜନକ ଘଟଣା ବୋଲି କହନ୍ତି।
ତେବେ ଏପରି ଅଭାବନୀୟ ଘଟଣା ଘଟିବା ପରେ ମୁନିସିପାଲଟି କାର୍ୟ୍ୟାଳୟରେ ବାରିପଦା ଟାଉନ ଥାନା ଅଧିକାରୀ , ସଦର ଏସଡ଼ିପିଓ ପହଞ୍ଚି ମୁନ୍ସୀପାଲଟି କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଆଜି ସନ୍ଧ୍ୟା ସୁଦ୍ଧା ଉକ୍ତ ସମସ୍ୟାର ସମାଧାନ କରାଯିବାର ପ୍ରତିଶ୍ରୁତି ଦେବା ପରେ ସଫେଇ କର୍ମଚାରୀ ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି।।
Tags:




