ବାରିପଦା ପିଆରଏମ ମେଡ଼ିକାଲକଲେଜରେ ଅଗ୍ନିକାଣ୍ଡ

ସମୟ ଲାଇଭ,୨୧/୪(ରାଜ୍ ଗୁପ୍ତା): ବାରିପଦା ପିଆରଏମ ମେଡ଼ିକାଲ କଲେଜରେ ଅଗ୍ନିକାଣ୍ଡ ଘଟିଛି | ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି |  ଗତକାଲି ରାତି ପ୍ରାୟ ୯ଟା ସମୟରେ ମାନସିକ ବିଭାଗରେ ନିଆଁ ଲାଗିଥିଲା |ଏସିରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବାବେଳେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା | ତେବେ କିଛି ସମୟ ମଧ୍ୟରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସୂଚନା ଅନୁସାରେ ମାନସିକ ରୋଗୀ ବିଭାଗରେ ଇଲେକ୍ଟ୍ରିକାଲ […]

Samaya Live Picture
Published On

ସମୟ ଲାଇଭ,୨୧/୪(ରାଜ୍ ଗୁପ୍ତା): ବାରିପଦା ପିଆରଏମ ମେଡ଼ିକାଲ କଲେଜରେ ଅଗ୍ନିକାଣ୍ଡ ଘଟିଛି | ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି |  ଗତକାଲି ରାତି ପ୍ରାୟ ୯ଟା ସମୟରେ ମାନସିକ ବିଭାଗରେ ନିଆଁ ଲାଗିଥିଲା |ଏସିରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବାବେଳେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା | ତେବେ କିଛି ସମୟ ମଧ୍ୟରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ।

ସୂଚନା ଅନୁସାରେ ମାନସିକ ରୋଗୀ ବିଭାଗରେ ଇଲେକ୍ଟ୍ରିକାଲ ସଟ୍ ସର୍କିଟ ଯୋଗୁଁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡ ସମୟରେ କେହି ରୋଗୀ ନଥିବା ବେଳେ ୱାର୍ଡ ଭିତରେ ଥିବା ଅତ୍ୟାବଶ୍ୟକ କାଗଜପତ୍ର ସହ ବୈଦ୍ୟୁତିକ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି | ତେବେ ପିଆରଏମ ମେଡ଼ିକାଲକାଲରେ ଅଗ୍ନିକାଣ୍ଡ ପ୍ରଥମ ଘଟଣା।

Tags: