ବାଲୁଗାଁରେ ଲକ୍ ଡାଉନକୁ ବେଖାତିର

ସମୟ ଲାଇଭ,୨/୪(ପ୍ରତାପ ରୁଦ୍ର ମହାରଣା); ଲକ ଡାଉନର ନବମ ଦିନରେ ସାରା ଦେଶ ସଚେତନତା ର ବାର୍ତ୍ତା ଦେଉଥିବା ବେଳେ କିଛି ଜାଗାରେ କରୋନାକୁ ନେଇ ବେଖାତିର ମନୋଭାବ ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହର ଜନସାଧାରଣ ସରକାରଙ୍କ ନିୟମକୁ ବେଖାତିର କରି ବୁଲୁଥିବାର ନଜର ଆସିଛି । ପ୍ରଥମରୁ ପ୍ରଶାସନ ତରଫରୁ ଦିନ ରାତି ଏକ କରି ଲୋକମାନଙ୍କୁ ବାରମ୍ବାର ସଚେତନା ସହ ତାଗିଦ କରିଆସୁଥିଲେ ମଧ୍ୟ ଲୋକ ନିୟମ ମାନିବାକୁ ନାରାଜ। […]

Samaya Live Picture
Published On

ସମୟ ଲାଇଭ,୨/୪(ପ୍ରତାପ ରୁଦ୍ର ମହାରଣା); ଲକ ଡାଉନର ନବମ ଦିନରେ ସାରା ଦେଶ ସଚେତନତା ର ବାର୍ତ୍ତା ଦେଉଥିବା ବେଳେ କିଛି ଜାଗାରେ କରୋନାକୁ ନେଇ ବେଖାତିର ମନୋଭାବ ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହର ଜନସାଧାରଣ ସରକାରଙ୍କ ନିୟମକୁ ବେଖାତିର କରି ବୁଲୁଥିବାର ନଜର ଆସିଛି । ପ୍ରଥମରୁ ପ୍ରଶାସନ ତରଫରୁ ଦିନ ରାତି ଏକ କରି ଲୋକମାନଙ୍କୁ ବାରମ୍ବାର ସଚେତନା ସହ ତାଗିଦ କରିଆସୁଥିଲେ ମଧ୍ୟ ଲୋକ ନିୟମ ମାନିବାକୁ ନାରାଜ। ଏଥି ନେଇ ପ୍ରଶାସନ ତରଫରୁ ଅଧିକ କଡା ପଦକ୍ଷପ ନେଉଥିବାର ନଜର ଆସିଛି। କିଛି ବୁଦ୍ଧିଜୀବି, ସାଧାରଣ ଲୋକ ପୋଲିସ ଓ ପ୍ରଶାସନକୁ ସାବାସୀ ଦେଉଥିବା ବେଳେ ଆଇନ ଉଲଂଘନ କାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି।

Tags: