ବାରିପଦାରେ ଭାରତ ବନ୍ଦର ପ୍ରଭାବ

ସମୟ ଲାଇଭ,୨୯/୧ (ରାଜ ଗୁପ୍ତା) : ଭାରତ ବନ୍ଦ ଡାକରା ଦେଇ ପାଳନ କରୁଛି ବହୁଜନ କ୍ରାନ୍ତି ମୋର୍ଚ୍ଚା। ତେବେ ଭାରତ ସାରା ଏହି ବନ୍ଦକୁ ବହୁଜନ କ୍ରାନ୍ତି ମୋର୍ଚ୍ଚା ପାଳନ କରୁଥିବା ବେଳେ, ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମଧ୍ୟ ଏହି ବନ୍ଦ ପାଳନ ଦେଖିବାକୁ ମିଳିଛି। CAA, NRC, ଓ NRP ବିରୋଧ କରି ୫ଦଫା ଦାବି କୁ ନେଇ ଏହି ବନ୍ଦ ପାଳନ କରୁଛି ବହୁଜନ କ୍ରାନ୍ତି ମୋର୍ଚ୍ଚା। ତେବେ ଏହି ବନ୍ଦର ପ୍ରଭାବ […]

Samaya Live Picture
Published On

ସମୟ ଲାଇଭ,୨୯/୧ (ରାଜ ଗୁପ୍ତା) : ଭାରତ ବନ୍ଦ ଡାକରା ଦେଇ ପାଳନ କରୁଛି ବହୁଜନ କ୍ରାନ୍ତି ମୋର୍ଚ୍ଚା। ତେବେ ଭାରତ ସାରା ଏହି ବନ୍ଦକୁ ବହୁଜନ କ୍ରାନ୍ତି ମୋର୍ଚ୍ଚା ପାଳନ କରୁଥିବା ବେଳେ, ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମଧ୍ୟ ଏହି ବନ୍ଦ ପାଳନ ଦେଖିବାକୁ ମିଳିଛି। CAA, NRC, ଓ NRP ବିରୋଧ କରି ୫ଦଫା ଦାବି କୁ ନେଇ ଏହି ବନ୍ଦ ପାଳନ କରୁଛି ବହୁଜନ କ୍ରାନ୍ତି ମୋର୍ଚ୍ଚା। ତେବେ ଏହି ବନ୍ଦର ପ୍ରଭାବ ସକାଳ ୬ଘଟିକାରୁ ଦିନ ୧୧ ଘଟିକା ପର୍ଯ୍ୟନ୍ତ ଜାରିରହିଥିଲା । ଆସନ୍ତା କାଲି ସରସ୍ୱତୀ ପୂଜା କୁ ଆଖିଆଗରେ ରଖି ଜିଲ୍ଲା ଆଇନ ଆରକ୍ଷୀ ଆନ୍ଦୋଳନର ୫ଘଣ୍ଟା ପରେ ସମସ୍ତ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିବା ସୂଚନା । ତେବେ ଆନ୍ଦୋଳନ ଙ୍କ ଗିରଫ ପରେ ବାରିପଦା ସହରର ଦୋକାନ ବଜାର, ରାସ୍ତା ଖୋଲିବାର ଦେଖିବାକୁ ମିଳିଛି। ଅନ୍ୟପଟରେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରଖିବ ବୋଲି ବହୁଜନ କ୍ରାନ୍ତି ମୋର୍ଚ୍ଚାର କର୍ମକର୍ତ୍ତା କହିଛନ୍ତି ।

Tags: