ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ
ସମୟ ଲାଇଭ,16/3(ରାଜ ଗୁପ୍ତା ):ଛାଡି ଚାଲିଗଲେ ସମସ୍ତଙ୍କର ପ୍ରିୟ ବାଚୁଦା। ପରକରିଦେଲେ ସମସ୍ତଙ୍କୁ। କଳା,ସଂସ୍କୃତିର ମାଟି ମୟୁରଭଞ୍ଜର ସୁଯୋଗ୍ୟ ସନ୍ତାନ ଜଣେ ମୟୁରଭଞ୍ଜିଆ ଭାବେ ସଙ୍ଗୀତ ଦୁନିଆରେ ସୁମଧୁର ସଙ୍ଗୀତ ସୃଷ୍ଟି କରି ମନରେ ଆନନ୍ଦ ଭରିଦେଉ ଥିଲେ ତୋ କେତେବେଳେ ଦରଦୀ ସଂଗୀତରେ ଆଖି ଅଦା କରିଦେଉଥିଲେ। ହେଲେ ସଙ୍ଗୀତ ଦୁନିଆ ସାଙ୍ଗକୁ ଏଦୁନିଆ ଛାଡିଯାଇ ସମସ୍ତ ସଙ୍ଗୀତପ୍ରେମୀ,ସାଙ୍ଗସାଥି, ବନ୍ଧୁପରିବାରଲୋକଙ୍କୁ ଦୁଃଖର ସାଗରରେ ବୁଡାଇ ଦେଇ ଚାଲିଗଲେ। ସେ ଆଉ କେହି ନୁହନ୍ତି ଓଡିଆ ସିନେ […]
ସମୟ ଲାଇଭ,16/3(ରାଜ ଗୁପ୍ତା ):ଛାଡି ଚାଲିଗଲେ ସମସ୍ତଙ୍କର ପ୍ରିୟ ବାଚୁଦା। ପରକରିଦେଲେ ସମସ୍ତଙ୍କୁ। କଳା,ସଂସ୍କୃତିର ମାଟି ମୟୁରଭଞ୍ଜର ସୁଯୋଗ୍ୟ ସନ୍ତାନ ଜଣେ ମୟୁରଭଞ୍ଜିଆ ଭାବେ ସଙ୍ଗୀତ ଦୁନିଆରେ ସୁମଧୁର ସଙ୍ଗୀତ ସୃଷ୍ଟି କରି ମନରେ ଆନନ୍ଦ ଭରିଦେଉ ଥିଲେ ତୋ କେତେବେଳେ ଦରଦୀ ସଂଗୀତରେ ଆଖି ଅଦା କରିଦେଉଥିଲେ। ହେଲେ ସଙ୍ଗୀତ ଦୁନିଆ ସାଙ୍ଗକୁ ଏଦୁନିଆ ଛାଡିଯାଇ ସମସ୍ତ ସଙ୍ଗୀତପ୍ରେମୀ,ସାଙ୍ଗସାଥି, ବନ୍ଧୁପରିବାରଲୋକଙ୍କୁ ଦୁଃଖର ସାଗରରେ ବୁଡାଇ ଦେଇ ଚାଲିଗଲେ। ସେ ଆଉ କେହି ନୁହନ୍ତି ଓଡିଆ ସିନେ ଜଗତର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ। ତାଙ୍କର ୬୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସୂଚନା ଅନୁସାରେ ଗତ ୨/୩ ଦିନ ହେବ ତାଙ୍କର ଶରୀର ଅସୁସ୍ଥ ରହୁଥିଲା। ତେବେ ଆଜି ବାରିପଦାସ୍ଥିତ ନିଜ ବାସଭବନରେ ଅଧିକ ଅସୁସ୍ଥତା ଅନୁଭବ କରିବା ସହିତ ଛାତିରେ ଯନ୍ତ୍ରଣା ହେବାରୁ ପିଆର୍ଏମ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ଅଣା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।
ସମସ୍ତଙ୍କର ପ୍ରିୟ “ବାଚୁ ଦା” ଓଡିଆ ସିନେ ଜଗତର ମହାରଥୀ ନିମାଁଇ ମହାନ୍ତି ଓ ସରୋଜ ପଟ୍ଟନାୟକଙ୍କ ସହିତ ଅନେକ ସିନେମାରେ ସଙ୍ଗୀତ ଦେଇ ବେଶ୍ ଲୋକପ୍ରିୟ ହୋଇ ସୁଖ୍ୟାତି ସାଉଁଟି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ନିମାଁଇ – ସରୋଜ ଯୋଡି ସହିତ ଆହୁରି ଅନେକ ସିନେମାରେ ସେ ଗୀତ ରଚନା କରିଛନ୍ତି। ‘କଥା ରହିଯିବ କାଳକାଳକୁ’, ‘ଗୋପରେ ବଢୁଛି କଳାକହ୍ନେଇ’, ‘ମୋତେ ତ ଲଭ୍ ହେଲାରେ’ ଭଳି ଅନେକ ସିନେମାରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ବାଚୁ ମୁଖାର୍ଜୀଙ୍କ ମୃତ୍ୟୁରେ ଓଡିଆ ସିନେଜଗତ ସହିତ ସାରା ମୟୂରଭଞ୍ଜରେ ଶୋକର ଛାୟା ଖେଳିଯାଇଛି। ଖବରପାଇ ବାରିପଦାରେ ଉପସ୍ଥିତ ଥିବା ଓଡିଆ ସିନେ ଜଗତର ଅନେକ କଳାକାର ତଥା ନିର୍ଦ୍ଦେଶକ ତାଙ୍କ ମରଶରୀରର ଶେଷଦର୍ଶନ ପାଇଁ ତାଙ୍କ ବାରିପଦା ବାସଭବନରେ ପହଞ୍ଚିଛନ୍ତି। ଗୋଟିଏ ପଟେ ସଙ୍ଗୀତ ନିର୍ଦ୍ଦେଶକ ନିମାଁଇ ମହାନ୍ତି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ବାଚୁ ମୁଖାର୍ଜୀଙ୍କର ଏପରି ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି।
Tags:




