ଦିନ ଦ୍ୱିପହରରେ ଗହଣା ଦୋକାନରୁ ସଶସ୍ତ୍ର ଡକାୟତି
ଯାଜପୁର : ଯାଜପୁର ବ୍ୟାସନଗରରେ ଥିବା ଏକ ଗହଣା ସୋ’ରୁମ୍ ସେନକୋ ଗୋଲ୍ଡରେ ସଶସ୍ତ୍ର ଡକାୟତି । ଦିନ ଦ୍ବିପହରେ ହୋଇଛି ଡକାୟତି I କର୍ମଚାରୀଙ୍କୁ ମାଡ଼ ମାରି ଦୋକାନରୁ ପାଖାପାଖି ୧୨ କୋଟି ଟଙ୍କାର ସୁନା ଓ ହୀରା ଗହଣା ଲୁଟ ହୋଇଥିବା ଜଣାଯାଇଛି। । ବନ୍ଧୁକ ମୂନରେ ଡରାଇ ଗହଣା ଲୁଟି ଚମ୍ପଟ ମାରିଛନ୍ତି ୭ଜଣ ଡକାୟତ । ସିକ୍ୟୁରିଟି ଗାର୍ଡର ବନ୍ଧୁକ ଛଡ଼ାଇ ମଧ୍ୟ ଭାଙ୍ଗି ଦେଇଛନ୍ତି ଡକାୟତ । ଡକାୟତଙ୍କ ମାଡ଼ରେ […]
ଯାଜପୁର : ଯାଜପୁର ବ୍ୟାସନଗରରେ ଥିବା ଏକ ଗହଣା ସୋ’ରୁମ୍ ସେନକୋ ଗୋଲ୍ଡରେ ସଶସ୍ତ୍ର ଡକାୟତି । ଦିନ ଦ୍ବିପହରେ ହୋଇଛି ଡକାୟତି I କର୍ମଚାରୀଙ୍କୁ ମାଡ଼ ମାରି ଦୋକାନରୁ ପାଖାପାଖି ୧୨ କୋଟି ଟଙ୍କାର ସୁନା ଓ ହୀରା ଗହଣା ଲୁଟ ହୋଇଥିବା ଜଣାଯାଇଛି। । ବନ୍ଧୁକ ମୂନରେ ଡରାଇ ଗହଣା ଲୁଟି ଚମ୍ପଟ ମାରିଛନ୍ତି ୭ଜଣ ଡକାୟତ ।
ସିକ୍ୟୁରିଟି ଗାର୍ଡର ବନ୍ଧୁକ ଛଡ଼ାଇ ମଧ୍ୟ ଭାଙ୍ଗି ଦେଇଛନ୍ତି ଡକାୟତ । ଡକାୟତଙ୍କ ମାଡ଼ରେ ସୋ’ରୁମ୍ ର ଦୁଇଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । କେତେଟଙ୍କାର ଗହଣା ଲୁଟ୍ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା କରୁଛି ।
ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧.୩୦ ସମୟରେ ୨ ଜଣ ବ୍ୟକ୍ତି ଗ୍ରାହକ ସାଜି ସୋରୁମ ଭିତରକୁ ପ୍ରବେଶ କରିଥିଲେ। ଏହାରି ଭିତରେ ସେମାନେ ସୁନା ଦେଖିବାକୁ କହିଥିବାବେଳେ ଜଣେ ଶୌଚାଳୟକୁ ଯାଇ ବାହାରେ ଥିବା ସହଯୋଗୀଙ୍କୁ ଫୋନ କରିଥିଲା। ପରେ ଅନ୍ୟ ୩ ଜଣ ପ୍ରବେଶ କରିଥିବା ମୋଟ ୭ ଜଣ ସୋରୁମ ଭିତରକୁ ଯାଇଥିଲେ। ସେମାନେ ସୋରୁମର କର୍ମଚାରୀମାନଙ୍କୁ ଗୋଟିଏ ସ୍ଥାନରେ ବସାଇ ହାତ ବାନ୍ଧି ବନ୍ଧୁକରେ ଭୟଭୀତ କରିଥିବାବେଳେ କିଛି ଲୁଟେରା ପୁରା ସୋରୁମରେ କଳାକନା ବୁଲାଇ ଦେଇଛନ୍ତି।




