ନବୀନଙ୍କୁ ତାରାଙ୍କ ପ୍ରଶ୍ନ ଆପଣ ଖୁସି ତ? ଜବାବରେ କଣ କହିଲେ ନବୀନ
ସମୟ ଲାଇଭ,୧୩/୧୧: ବିଧାନସଭାର ଶୀତକାଳୀନର ଆଜି ପ୍ରଥମ ଦିନରେ ହିଁ ବିଧାନସଭାରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ କଥାବର୍ତ୍ତା ହେଉଥିବାର ମଜାଦାର ଦୃଶ୍ୟ ଗୃହ ଭିତରେ ବେଶ କିଛି ସମୟ ହାସ୍ୟରୋଳର ମାହୋଲ ସୃଷ୍ଟି କରିଥିଲା। ବିଧାୟକ ତାରା ବାହୀନିପତି ଗୃହ ମଧ୍ୟକୁ ପ୍ରବେଶ କରି ନବୀନ ବାବୁଙ୍କୁ ମରାଦାର ଆନ୍ଦାସ୍ ରେ ପଚାରିଦେଲେ ଆପଣ ଖୁସି ତ? ଆଉ ଏହାର ଜବାବ […]
ସମୟ ଲାଇଭ,୧୩/୧୧: ବିଧାନସଭାର ଶୀତକାଳୀନର ଆଜି ପ୍ରଥମ ଦିନରେ ହିଁ ବିଧାନସଭାରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ କଥାବର୍ତ୍ତା ହେଉଥିବାର ମଜାଦାର ଦୃଶ୍ୟ ଗୃହ ଭିତରେ ବେଶ କିଛି ସମୟ ହାସ୍ୟରୋଳର ମାହୋଲ ସୃଷ୍ଟି କରିଥିଲା। ବିଧାୟକ ତାରା ବାହୀନିପତି ଗୃହ ମଧ୍ୟକୁ ପ୍ରବେଶ କରି ନବୀନ ବାବୁଙ୍କୁ ମରାଦାର ଆନ୍ଦାସ୍ ରେ ପଚାରିଦେଲେ ଆପଣ ଖୁସି ତ? ଆଉ ଏହାର ଜବାବ ମଧ୍ୟ ଦେଇଥିଲେ ନବୀନ ବାବୁ। ତାରାଙ୍କ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ‘ହଁ ମୁଁ ବୋହୁତ ଖୁସି’। ତାରା ଓ ନବୀନଙ୍କ ଏଭଳି କଥାବାର୍ତ୍ତା ଗୃହରେ କିଛି ସମୟ ପାଇଁ ହାସ୍ୟରୋଳ ପରିସ୍ତିତି ସୃଷ୍ଟି କରିଥିଲେ ଓ ଗୃହରେ ଉପସ୍ଥିତ ଥିବା ସନସ୍ୟମାନେ ଏହି ଦୃଶ୍ୟକୁ ବେଶ୍ ଉପଭୋଗ କରିଥିଲେ।
ଏଠାରେ ସୂଚନାଥାଉକି ମୁଖ୍ୟମନ୍ତ୍ରୀଙ୍କ ‘ଆପଣ ମାନେ ଖୁସି ତ’ କଥାଟି ନିର୍ବାଚନ ଆଗରୁ ନବୀନ ବାବୁ ସବୁ ସଭା ସମିତିରେ କହୁଥିଲେ। ନବିନ ବାବୁଙ୍କ ଏହି କଥାଟି ଏତେ ଭାଇରାଲ ହୋଇଯାଇଥିଲା ଯେ ଚାରିଆଡେ ଏହି କଥାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

Tags:




