ଓଡ଼ିଶା ମୁହାଁ ବିରଳ ଅଲିଭ ରିଡ୍ଲେ କଇଁଛ
ସମୟ ଲାଇଭ,୧୪/୧୧:ବିରଳ ଅଲିଭ ରିଡ୍ଲେ କଇଁଛ ଏବେ ଓଡ଼ିଶା ମୁହାଁ ତେଣୁ କଇଁଛଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବ୍ୟାପକ ପଦକ୍ଷେପ। ସମୁଦ୍ର କୂଳରୁ ପାଖପାଖି ୨୦ କିଲୋମିଯର ପର୍ଯ୍ୟନ୍ତ ବନ୍ଦ ହେବ ମାଛଧରା। ଏହା ସହ କ୍ଷତିପୂରଣ ବାବଦକୁ ମତ୍ସଜୀବୀଙ୍କ ପରିବାରକୁ ମାସିକ ୭,୫୦୦ ଟଙ୍କା ଦିଆଯିବ ବୋଲି ଜଣାପଡିଛି। କେବଳ କଟକଣା ଲାଗିଥିବା ସମୟ ମଧ୍ୟରେ ଦିଆଯିବ କ୍ଷତିପୂରଣ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଲୋକସେବା ଭବନରେ […]
ସମୟ ଲାଇଭ,୧୪/୧୧:ବିରଳ ଅଲିଭ ରିଡ୍ଲେ କଇଁଛ ଏବେ ଓଡ଼ିଶା ମୁହାଁ ତେଣୁ କଇଁଛଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବ୍ୟାପକ ପଦକ୍ଷେପ। ସମୁଦ୍ର କୂଳରୁ ପାଖପାଖି ୨୦ କିଲୋମିଯର ପର୍ଯ୍ୟନ୍ତ ବନ୍ଦ ହେବ ମାଛଧରା। ଏହା ସହ କ୍ଷତିପୂରଣ ବାବଦକୁ ମତ୍ସଜୀବୀଙ୍କ ପରିବାରକୁ ମାସିକ ୭,୫୦୦ ଟଙ୍କା ଦିଆଯିବ ବୋଲି ଜଣାପଡିଛି। କେବଳ କଟକଣା ଲାଗିଥିବା ସମୟ ମଧ୍ୟରେ ଦିଆଯିବ କ୍ଷତିପୂରଣ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ। ଏବେଠୁ ଓଡ଼ିଶ ମୁହାଁ ହେଲେଣି ଅଲିଭ୍ ରିଡ୍ଲେ । ଏଥିପାଇଁ ଓଡ଼ିଶାର ଗହୀରମଥା,ଋଷିକୂଲ୍ୟା ମୁହାଣ ଆଦିକୁ ବ୍ୟାପକ ସଂଖ୍ୟାରେ କଇଁଛ ଅଣ୍ଡା ଦେବାକୁ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି ।

Tags:




