୩୦ ବର୍ଷ ପରେ ଜାଣିଲେ ନିଜ ପ୍ରକୃତ ପରିଚୟ
କନ୍ଧମାଳ: ଜୁଲାଇ ୦୯: ଆଜିକୁ ପ୍ରାୟ ୩୦ ବର୍ଷ ହେବ ଅଜଣା ଥିଲେ ନିଜ ପରିବାରଠାରୁ । ଏତେ ବର୍ଷ ପରେ ଯେତେବେଳେ ହଜାର ହଜାର ମାଇଲ ଦୂରରୁ ଉଡ଼ି ଆସି ଜନ୍ମମାଟିରେ ପାଦ ଥାପିଲେ, ସେତେବେଳେ ଜାଣିଲେ ସେ ପ୍ରକୃତରେ କିଏ ? ଏମିତି କିଛି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ନିଜ ସ୍ୱାମୀଙ୍କ ସହ ସୁଦୂର ବେଲଜିଅମରୁ ଓଡ଼ିଶାର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୁଜାପଙ୍ଗା ଗାଁକୁ ଛୁଟି ଆସିଛନ୍ତି […]
କନ୍ଧମାଳ: ଜୁଲାଇ ୦୯: ଆଜିକୁ ପ୍ରାୟ ୩୦ ବର୍ଷ ହେବ ଅଜଣା ଥିଲେ ନିଜ ପରିବାରଠାରୁ । ଏତେ ବର୍ଷ ପରେ ଯେତେବେଳେ ହଜାର ହଜାର ମାଇଲ ଦୂରରୁ ଉଡ଼ି ଆସି ଜନ୍ମମାଟିରେ ପାଦ ଥାପିଲେ, ସେତେବେଳେ ଜାଣିଲେ ସେ ପ୍ରକୃତରେ କିଏ ? ଏମିତି କିଛି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ନିଜ ସ୍ୱାମୀଙ୍କ ସହ ସୁଦୂର ବେଲଜିଅମରୁ ଓଡ଼ିଶାର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୁଜାପଙ୍ଗା ଗାଁକୁ ଛୁଟି ଆସିଛନ୍ତି ଏଇ ମାଟିର ଝିଅ ମାମିନା । ଆଉ ଏତେ ବର୍ଷ ପରେ ନିଜ ଲୋକଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା । କନ୍ଧମାଳ ରାଇକିଆର ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଝିଅ ମାମିନା ବେଲଜିଅମ୍ ଗଲେ କେମିତି ? ଏ ପ୍ରଶ୍ନର ଉତ୍ତର ବି ନିହାତି ହୃଦୟ ବିଦାରକ । ଆଜିକୁ ପ୍ରାୟ ୩୦ ବର୍ଷ ତଳେ ଗୁଜାପଙ୍ଗା ଗାଁର କୃଷ୍ଣଚନ୍ଦ୍ର ରଣାଙ୍କ ପଞ୍ଚମ ସନ୍ତାନ ଭାବେ ଜନ୍ମ ନେଇଥିଲେ ମାମିନା । କି;ୁ ଦୁର୍ଭାଗ୍ୟ, ମାମିନା ଜନ୍ମ ନେବାର ମାତ୍ର ତିନି ମାସ ପରେ ଆଖି ବୁଜିଦେଇଥିଲେ ମାଆ । ପରେ ପରିବାରରେ ଦାରିଦ୍ର୍ୟ ଆଉ ଲାଳନପାଳନରେ କଷ୍ଟ ଅନୁଭବ କରି ବାପା କୃଷ୍ଣଚନ୍ଦ୍ର ଝିଅକୁ ବଞ୍ଚାଇବାକୁ ଯାଇ ଜି. ଉଦୟଗିରିସ୍ଥିତ ସୁଭଦ୍ରା ମହତାବ ଆଶ୍ରମରେ ମାମିନାକୁ ଛାଡି ଆସିଥିଲେ । ଆଉ ସେଠୁ ମାମିନାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ନେଇଥିଲେ ବେଲଜିୟମର ଏକ ଦମ୍ପତ୍ତି । ମାତ୍ର ୩ ମାସ ବୟସରୁ ଭିଟାମାଟି ଛାଡ଼ି ବେଲଜିୟମରେ ବଢ଼ିଥିବାରୁ ନିଜର ଅତୀତ ସମ୍ପର୍କରେ ଜାଣିବାର ସୁଯୋଗ ନଥିଲା । ହେଲେ କିଛି ବର୍ଷ ତଳେ କାମ୍ବୋଡ଼ିଆକୁ ବୁଲି ଯିବାବେଳେ, ସେଠାରେ କିଛି ଲୋକ ତାଙ୍କୁ ଆଙ୍ଗ୍ଲୋ ଇଣ୍ଡିଆନ୍ କି ବୋଲି ପ୍ରଶ୍ନ କରିଥିଲେ । ଆଉ ଏହି ପ୍ରଶ୍ନ ହିଁ ତାଙ୍କ ଅତୀତ ଓ ଇତିହାସ ଖୋଜିବାକୁ ଖୋରାକ୍ ଯୋଗାଇଥିଲା । ପରେ ପାଳିତ ପିତାମାତାଙ୍କଠୁ ନିଜ ସମ୍ପର୍କରେ ସୂଚନା ପାଇ ତାଙ୍କ ପରିଚୟ ଜାଣିବାକୁୁ ପୋଷ୍ୟ ସନ୍ତାନଙ୍କ ଉପରେ ଆନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟ କରୁଥିବା ସଂସ୍ଥା ଏଗେନଷ୍ଟ୍ ଚାଇଲଡ୍ ଟ୍ରାଫିକିଙ୍ଗ୍ ବା ଆ ସହ ଯୋଗାଯୋଗ କରିଥିଲେ । ଆଉ ସେହି ସଂସ୍ଥାର ଭାରତୀୟ କର୍ମକର୍ତ୍ତା ମୁମ୍ବାଇର ଆଇନଜୀବୀ ଅଞ୍ଜଳି ପାୱାର ହିଁ ମାମିନାଙ୍କ ପରିଚୟ ଖୋଜି ପ୍ରାୟ ଦୁଇ ବର୍ଷ ପରେ ତାଙ୍କ ଘରେ ପହଞ୍ଚାଇ ଦେବାରେ ସଫଳ ହୋଇଥିଲେ । ତାପରେ ମାମିନା ବେଲଜିଅମର ନାଗରିକ ହୋଇଥିଲେ ବି ସେ କି;ୁ ଏବେ ଗୁଜାପାଙ୍ଗା ଗାଁର ଝିଅ । ଆଉ ସମୟ ସୁବିଧା ଦେଖି ମଝିରେ ମଝିରେ ନିଶ୍ଚୟ ଘରକୁ ଆସିବେ ବୋଲି ନିଜ ବାପା, ଭାଇ, ଭଉଣୀଙ୍କୁ କଥା ବି ଦେଇଛନ୍ତି ମାମିନା ।




