ସଡକ ଦୁର୍ଘଟଣାରେ ବିଦେଶୀ ପର୍ଯ୍ୟଟକ ଆହତ

ସମୟ ଲାଇଭ,୨୧/୨: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଡ଼ପଦର ୧୬ନଂ ଜାତୀୟ ରାଜପଥ ନିକଟରେ କାରକୁ ପଛପଟୁ ଧକ୍କା ଦେଲା ଟ୍ରକ୍ କାରରେ ବସିଥିବା ବିଦେଶୀ ପର୍ଯ୍ୟଟକ ଆହତ ହୋଇଛନ୍ତି | ।ଚିଲିକା ଭ୍ରମଣ କରି ଭୁବନେଶ୍ୱର ଫେରୁଥିବା ବେଳେ ରାସ୍ତା ମଝିକୁ ହଠାତ ଜଣେ ଭିକାରୀ ଚାଲି ଆସିବାରୁ ଭିକାରୀକୁ ବଞ୍ଚାଇବା ପାଇଁ କାର୍ ଚାଳକ ହଠାତ ଗାଡ଼ିଟିକୁ ଅଟକାଇଥିଲେ ଫଳରେ ପଛରେ ଆସୁଥିବା ଟ୍ରକଟି ଧକ୍କା ଦେଇଥିଲା | ତେବେ ଘଟଣାସ୍ଥଳରୁ ଟ୍ରକ […]

Samaya Live Picture
Published On

ସମୟ ଲାଇଭ,୨୧/୨: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଡ଼ପଦର ୧୬ନଂ ଜାତୀୟ ରାଜପଥ ନିକଟରେ କାରକୁ ପଛପଟୁ ଧକ୍କା ଦେଲା ଟ୍ରକ୍ କାରରେ ବସିଥିବା ବିଦେଶୀ ପର୍ଯ୍ୟଟକ ଆହତ ହୋଇଛନ୍ତି | ।ଚିଲିକା ଭ୍ରମଣ କରି ଭୁବନେଶ୍ୱର ଫେରୁଥିବା ବେଳେ ରାସ୍ତା ମଝିକୁ ହଠାତ ଜଣେ ଭିକାରୀ ଚାଲି ଆସିବାରୁ ଭିକାରୀକୁ ବଞ୍ଚାଇବା ପାଇଁ କାର୍ ଚାଳକ ହଠାତ ଗାଡ଼ିଟିକୁ ଅଟକାଇଥିଲେ ଫଳରେ ପଛରେ ଆସୁଥିବା ଟ୍ରକଟି ଧକ୍କା ଦେଇଥିଲା | ତେବେ ଘଟଣାସ୍ଥଳରୁ ଟ୍ରକ ସହ ଡ୍ରାଇଭର ଫେରାର ହୋଇଥିଲା। ଦୁର୍ଘଟଣାରେ ଆହତ ପର୍ଯ୍ୟଟକ ମାନଙ୍କୁ ଚିକିତ୍ସା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହତ ବ୍ୟକ୍ତି ଲଣ୍ଡନ ହ୍ୟାରୋ ସହରର ମହେନ୍ଦ୍ର ଲକ୍ଷନ(୭୨) ତାଙ୍କ ସ୍ତ୍ରୀ ଅରୁନା ଲକ୍ଷନ(୭୦) ବୋଲି ଜଣାପଡିଛି। ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ କାର୍ ଟି କୁ ଜବତ କରି ତଦନ୍ତ ଜାରିରଖିଛି ।

Tags: