୧୮୯୧ ରୁ ୨୦୧୯ମଧ୍ୟରେ ମୋଟ ୯୯ ଟି ବାତ୍ୟା ଓଡ଼ିଶା ଉପକୂଳ ଦେଇ ଯାଇଛି

ସମୟ ଲାଇଭ,୨୯/୧୦ : ତଥ୍ୟ କହୁଛିକି ୧୮୯୧ ରୁ ୨୦୧୯ମଧ୍ୟରେ ମୋଟ ୯୯ ଟି ବାତ୍ୟା ଓଡ଼ିଶା ଉପକୂଳ ଦେଇ ଯାଇଛି ଯେଉଁଥିରେ ରହିଛି ସାଧାରଣ ବାତ୍ୟା,ମଧ୍ୟମ ଧରଣର ବାତ୍ୟା ଓ ବଡ଼ ବଡ଼ ମହାବାତ୍ୟା। ଯାହା ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ସଦ୍ୟ ତଥ୍ୟ ଅନୁଯାୟୀ ଭାରତାର ମୋଟ ଉପକୂଳବର୍ତ୍ତୀ ଅଞ୍ଚଳରେ ଓଡ଼ିଶାର ଭାଗ ମାତ୍ର ୧୭ ପ୍ରତିଶତ। କିନ୍ତୁ ଏହି ୧୨୦ ବର୍ଷ ଭିତରେ ପୂର୍ବ […]

Samaya Live Picture
Published On

ସମୟ ଲାଇଭ,୨୯/୧୦ : ତଥ୍ୟ କହୁଛିକି ୧୮୯୧ ରୁ ୨୦୧୯ମଧ୍ୟରେ ମୋଟ ୯୯ ଟି ବାତ୍ୟା ଓଡ଼ିଶା ଉପକୂଳ ଦେଇ ଯାଇଛି ଯେଉଁଥିରେ ରହିଛି ସାଧାରଣ ବାତ୍ୟା,ମଧ୍ୟମ ଧରଣର ବାତ୍ୟା ଓ ବଡ଼ ବଡ଼ ମହାବାତ୍ୟା। ଯାହା ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ସଦ୍ୟ ତଥ୍ୟ ଅନୁଯାୟୀ ଭାରତାର ମୋଟ ଉପକୂଳବର୍ତ୍ତୀ ଅଞ୍ଚଳରେ ଓଡ଼ିଶାର ଭାଗ ମାତ୍ର ୧୭ ପ୍ରତିଶତ।

କିନ୍ତୁ ଏହି ୧୨୦ ବର୍ଷ ଭିତରେ ପୂର୍ବ ଉପକୂଳ ଦେଇ ଯେତେ ବାତ୍ୟା ଯାଇଛି ସେଥି ମଧ୍ୟରୁ ୩୫ ପ୍ରତିଶତ ବାତ୍ୟାର ସମ୍ମୁଖିନ ହୋଇଛି ଓଡ଼ିଶା। ୧୭୩୭ ମସିହା ଅକ୍ଟୋବର ୭ତାରିଖରୁ ୧୨ ତାରିଖ ଭିତରେ ଓଡ଼ିଶାରେ ପ୍ରଥମ ବାତ୍ୟା ହୋଇଥିଲା। ୧୮୮୫ ମସିହାରେ ଓଡ଼ିଶାରେ ଆଉ ଏକ ବାତ୍ୟା ଆସିଥିଲା ଯେଉଁଥିରେ ପାଞ୍ଚ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

୧୮୬୪ ରେ ୩ରୁ ୭ଟି ବାତ୍ୟା ଆସିଥିଲା। ୧୮୮୧ ମସିହାରେ ଆଉ ଏକ ସୁପର ସାଇକ୍ଳୋନ ମହାବାତ୍ୟା ଓଡ଼ିଶା ମଧ୍ୟ ଦେଇ ଯାଇଥିଲା ଯେଉଁଥିରେ ୫୦ ହଜାର ଲୋକ ମୃତ୍ୟୁବରଣ କରିଥିଲେ। ସେହିପରି ୧୯୭୭ରେ ୧୫ ରୁ ୨୪ ଟି ବାତ୍ୟା ଆସିଥିଲା ୧୯୯୦ ରେ ୫ରୁ ୧୫ ଟି ଆସିଥିଲା ବାତ୍ୟା। ଆଉ ୧୯୯୯ ମସିହାରେ ଆସିଥିଲା ସବୁଠାରୁ ମହାପ୍ରଳୟଙ୍କରୀ ବାତ୍ୟା। ଯେଉଁଥିରେ ଦଶ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିବାବେଳେ ୫୦ ଲକ୍ଷ ଲୋକେ ହୋଇଥିଲେ ବାସହରା। ଆଉ ନିକଟ ଅତୀତରେ ତିତଲି, ହୁଡ଼ହୁଡ଼,ଫାଇଲିନ ଭଳି ବଡ଼ ବଡ଼ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଯାଇଛି। ଯାହା ଲୋକଙ୍କର ଅନେକ କ୍ଷତି କରିଛି।

Tags: