ବନ୍ଦ ଘରୁ ୪ ମୃତଦେହ ଉଦ୍ଧାର

ରାଜଗାଙ୍ଗପୁର,୧୧/୧: ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଏକ ଘରୁ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଗାଙ୍ଗପୁର ଆଇଟି କଲୋନୀରେ। ମୃତକ ଜଣ ହେଲେ କାଂଶବାହାଲ ଗୋଆଲପଡ଼ାର ରଞ୍ଜିତ ପ୍ରସାଦ, ତାଙ୍କ ପତ୍ନୀ କଳ୍ପନା ଏବଂ ତାଙ୍କ ପୁଅ ଆଉ ଝିଅ। ପଡୋଶୀମାନେ କହିବା ଅନୁସାରେ ତାଙ୍କ ଘରର କବାଟ ଗୁରୁବାରଠାରୁ ଖୋଲାଯାଇନଥିଲା। ତେବେ ଶନିବାର ଉକ୍ତ ଘର ଭିତରପଟୁ ବନ୍ଦ ଥିବାବେଳେ ପଚା ଦୁର୍ଗନ୍ଧ ବାହାରୁଥିଲା। ଏହି ଦୁର୍ଗନ୍ଧକୁ ନେଇ ସନ୍ଦେହ […]

Samaya Live Picture
Published On

ରାଜଗାଙ୍ଗପୁର,୧୧/୧: ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଏକ ଘରୁ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଗାଙ୍ଗପୁର ଆଇଟି କଲୋନୀରେ। ମୃତକ ଜଣ ହେଲେ କାଂଶବାହାଲ ଗୋଆଲପଡ଼ାର ରଞ୍ଜିତ ପ୍ରସାଦ, ତାଙ୍କ ପତ୍ନୀ କଳ୍ପନା ଏବଂ ତାଙ୍କ ପୁଅ ଆଉ ଝିଅ। ପଡୋଶୀମାନେ କହିବା ଅନୁସାରେ ତାଙ୍କ ଘରର କବାଟ ଗୁରୁବାରଠାରୁ ଖୋଲାଯାଇନଥିଲା। ତେବେ ଶନିବାର ଉକ୍ତ ଘର ଭିତରପଟୁ ବନ୍ଦ ଥିବାବେଳେ ପଚା ଦୁର୍ଗନ୍ଧ ବାହାରୁଥିଲା। ଏହି ଦୁର୍ଗନ୍ଧକୁ ନେଇ ସନ୍ଦେହ କରି ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ ଘରର କବାଟ ଭାଙ୍ଗିଥିଲେ। ପରେ ସମସ୍ତଙ୍କ ଗଳିତ ଶବ ଉଦ୍ଧାର କରାଯାଇଥିଲା। ଉଦ୍ଧାର ସମୟରେ ମୃତଦେହ ନିକଟରୁ ଏକ ଅଧା କ୍ଷୀର ପ୍ୟାକେଟ ମିଳିଥିବା ପୋଲିସ ସୂଚନା ଦେଇଛି। ଏଥିସହ ବିଷ ପିଇ ପରିବାରର ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Tags: