ଗାଧୋଇବା ବେଳେ ନଦୀରେ ବୁଡ଼ିଯାଇ ୩ ଛାତ୍ର ନିଖୋଜ

ଜଗତସିଂପୁର : ନଦୀରେ ଗାଧୋଇବା ହେଲା କାଳ । ଏକ ସାଙ୍ଗରେ ଭାସିଗଲେ ୩ ଛାତ୍ର I ଘଟଣା ଘଟିଛି ଜଗତସିଂହପୁର ଦେବୀ ନଦୀରେ I ଆଜି ମାଛଗାଁ ନିକଟ ଦେବୀ ନଦୀକୁ ୪ ଜଣ ଛାତ୍ର ଗାଧୋଇଲା ବେଳେ ଏହି ଅଘଟଣ ଘଟିଛି । ଏହି ଘଟଣା ପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଆରମ୍ଭ ହୋଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କର […]

Samaya Live Picture
Published On

ଜଗତସିଂପୁର : ନଦୀରେ ଗାଧୋଇବା ହେଲା କାଳ । ଏକ ସାଙ୍ଗରେ ଭାସିଗଲେ ୩ ଛାତ୍ର I ଘଟଣା ଘଟିଛି ଜଗତସିଂହପୁର ଦେବୀ ନଦୀରେ I ଆଜି ମାଛଗାଁ ନିକଟ ଦେବୀ ନଦୀକୁ ୪ ଜଣ ଛାତ୍ର ଗାଧୋଇଲା ବେଳେ ଏହି ଅଘଟଣ ଘଟିଛି । ଏହି ଘଟଣା ପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଆରମ୍ଭ ହୋଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିପାରିନାହିଁ Iନିଖୋଜ ହୋଇଥିବା ସମସ୍ତ ଛାତ୍ର ଭୁବନେଶ୍ୱରରୁ ଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ୪ ସାଙ୍ଗ ଦେବୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ପାଣିରେ ଓହ୍ଲାଇବା ମାତ୍ରେ ଗଭୀରତା ଅଧିକ ଥିବାରୁ ୩ ଜଣ ନିଖୋଜ ହୋଇଯାଇଛନ୍ତି । ୪ ଛାତ୍ର ଭୁବନେଶ୍ୱର ସତ୍ୟନଗର ସ୍ଥିତ ଏକ କଲେଜରେ ପାଠ ପଢୁଥିବା ସୂଚନା ରହିଛି। ୨ ଜଣ ସତ୍ୟନଗରର ଓ ଅନ୍ୟ ୨ ଜଣ ସ୍ଥାନୀୟ ଆମ୍ବଶାଳ ଗାଁର ସୂଚନା ରହିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରଖିଛି। ତେବେ ନଦୀରେ ପ୍ରଖର ସ୍ରୋତ କାରଣରୁ ତିନିଜଣ ଯୁବକ ଭାସିଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଚାରିଜଣ ଛାତ୍ର ଙ୍କ ମଧ୍ୟରୁ ଦୁଇଜଣ ଯୁବକ ନିକଟରେ ରହିଥିବା ଆମ୍ବଶାଳ ଗ୍ରାମର ହୋଇଥିବା ବେଳେ ଅନ୍ଯ ଦୁଇଜଣ ଯୁବକ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳ ର ହୋଇଥିବା ନେଇ ସୂଚନା ମିଳିଛି l

Tags: