ନଦୀରେ ଗାଧୋଇବା ହେଲା କାଳ, ବୁଡ଼ିଯାଇ ୩ ଛାତ୍ର ମୃତ, ଜଣେ ଗୁରୁତର

ଭଦ୍ରକ : ଭଦ୍ରକ ଜିଲ୍ଲା ସାତଭଉଣୀ ନିକଟସ୍ଥ ନାଳିଆ ନଦୀରେ ଅଘଟଣ I ପୁଣି ନଦୀରେ ଗାଧୋଇବା ହେଲା କାଳ I ବୁଡ଼ିଯାଇ ପ୍ରାଣ ହରାଇଲେ ୩ ସାଙ୍ଗ I ୫ ଜଣ ସାଙ୍ଗ ନଦୀରେ ଗାଧୋଉଥିବା ବେଳେ ୪ ଜଣ ପାଣି ଭିତରେ ବୁଡି ଯାଉଥିଲେ I ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା I ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ । ସୂଚନାନୁସାରେ,ଗ୍ରାମାଞ୍ଚଳ ଥାନା […]

Samaya Live Picture
Published On

ଭଦ୍ରକ : ଭଦ୍ରକ ଜିଲ୍ଲା ସାତଭଉଣୀ ନିକଟସ୍ଥ ନାଳିଆ ନଦୀରେ ଅଘଟଣ I ପୁଣି ନଦୀରେ ଗାଧୋଇବା ହେଲା କାଳ I ବୁଡ଼ିଯାଇ ପ୍ରାଣ ହରାଇଲେ ୩ ସାଙ୍ଗ I ୫ ଜଣ ସାଙ୍ଗ ନଦୀରେ ଗାଧୋଉଥିବା ବେଳେ ୪ ଜଣ ପାଣି ଭିତରେ ବୁଡି ଯାଉଥିଲେ I ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା I ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାନୁସାରେ,ଗ୍ରାମାଞ୍ଚଳ ଥାନା ଅଧିନ ଲାଙ୍ଗୁଡ଼ି ଅଞ୍ଚଳର ୫ଜଣ ସାଙ୍ଗ ଏକା ସହିତ ନିକଟସ୍ଥ ନାଳିଆ ନଦୀକୁ ଗାଧୋଇବାକୁ ଯାଇଥିଲେ I ତେବେ ଏମାନଙ୍କ ମଧ୍ୟରୁ ୪ ଜଣ ପାଣିରେ ବୁଡି ଯାଇଥିଲେ I ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାବେଳେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଛି I ଏହି ୩ ନାବାଳକ ହେଲେ ହରିହରପୁରର ପ୍ରଣୟ ଲେଙ୍କା(୧୭), ଶ୍ରୀଧରପୁରର ସ୍ମୃତିରଂଜନ ସ୍ବାଇଁ (୧୭) ଓ ରଜତ ଜେନା(୧୬)। ଏମାନେ ସମସ୍ତେ ଚରମ୍ପା ମହାବିଦ୍ୟାଳୟର ଛାତ୍ର ଥିବାବେଳେ ସେମାନଙ୍କ ଘର କୋରକରା ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ପାଣିରେ ପହଁରା ଶିଖିବା ଉଦ୍ଦେଶ୍ୟରେ ନଦୀରେ ପଶିଥିଲେ। ହେଲେ ପହଁରା ଜାଣି ନଥିବା ହେତୁ ବୁଡ଼ିଯାଇଥିଲେ।

Tags: