ବଜ୍ରପାତରେ ତିନି ଯୁବକ ମୃତ

ସମୟ ଲାଇଭ,୨୪/୪( ରାଜ ଗୁପ୍ତା): ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟାଥାନା ଅନ୍ତର୍ଗତ ବଡ଼ପଥରା ଗ୍ରାମରେ ବଜ୍ରପାତରେ ୩ ଯୁବକଙ୍କର ମୃତ୍ୟୁ ଘଟିଛି । ବଜ୍ରାଘାତରେ ମୃତକ ୩ଜଣ ଗୋଟିଏ ଗ୍ରାମର। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ବଡପଥରା ଗ୍ରାମର ସୁବାସ ମହାନ୍ତଙ୍କ ପୁଅ ଯାମିନୀକାନ୍ତ, ଶଶିଧର ମହାନ୍ତଙ୍କ ପୁଅ ଦିବ୍ୟଶଙ୍କର ଏବଂ ସତ୍ୟରଞ୍ଜନ ମହାନ୍ତଙ୍କ ପୁଅ କୌଶିଶ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଗାଧୋଇବା ପାଇଁ […]

Samaya Live Picture
Published On

ସମୟ ଲାଇଭ,୨୪/୪( ରାଜ ଗୁପ୍ତା): ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟାଥାନା ଅନ୍ତର୍ଗତ ବଡ଼ପଥରା ଗ୍ରାମରେ ବଜ୍ରପାତରେ ୩ ଯୁବକଙ୍କର ମୃତ୍ୟୁ ଘଟିଛି । ବଜ୍ରାଘାତରେ ମୃତକ ୩ଜଣ ଗୋଟିଏ ଗ୍ରାମର। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ବଡପଥରା ଗ୍ରାମର ସୁବାସ ମହାନ୍ତଙ୍କ ପୁଅ ଯାମିନୀକାନ୍ତ, ଶଶିଧର ମହାନ୍ତଙ୍କ ପୁଅ ଦିବ୍ୟଶଙ୍କର ଏବଂ ସତ୍ୟରଞ୍ଜନ ମହାନ୍ତଙ୍କ ପୁଅ କୌଶିଶ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇ ମାଛ ଧରୁଥିବା ବେଳେ ପ୍ରବଳ ଝଡ଼ବର୍ଷା ସହିତ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ 3 ଯୁବକ ଗୁରୁତର ଅବସ୍ଥାରେ ଚେତାଶୂନ୍ୟ ହୋଇ ପଡି ଯାଇଥିଲେ।

ତେବେ ଖବରପାଇ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଗୁରୁତର ୩ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବାକୁ ଉଦ୍ୟମ କରିଥିଲେ | କରୋନା ପାଇଁ ଲକଡାଉନ ଜାରୀ ଥିବା ଯୋଗୁଁ ଗାଡି ନ ପାଇ ଅଗ୍ନିଶମ ବିଭାଗ ସହଯୋଗରେ ଜାମିନୀକାନ୍ତ ମହାନ୍ତ(20)ଶ୍ରୀ କୌଶିକ ମହାନ୍ତ(19)ଏବଂ ଦିବ୍ୟଶଙ୍କର ମହାନ୍ତ (27)ଙ୍କୁ ନେଇ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ୩ଜଣଙ୍କୁ ଡାକ୍ତର ମୃତ ଘେଷଣା କରିଥିଲେ ।

Tags: