ରଥଯାତ୍ରା ପାଇଁ ପ୍ରସ୍ତୁତି କରାଯାଉଛି ୨୦୫ ଟି ଟ୍ରେନ୍‌

ଭୁବନେଶ୍ୱର: ଜୁନ୨୧: ପୁରୀ ବିଶ୍ୱସ୍ତରୀୟ ଷ୍ଟେସନ ନେଇ ପ୍ରତିକ୍ରିୟା ରଖିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ୩୬୪ କୋଟି ଟଙ୍କାର ପ୍ରକଳ୍ପ କାମ ଦୁଇ ବର୍ଷ ମଧ୍ୟରେ ଶେଷ କରାଯିବ । ବିଶ୍ୱସ୍ତରୀୟ ଷ୍ଟେସନ ବିଲଡିଙ୍ଗ ସହ ବଡ ଯାତ୍ରୀ ନିବାସ ନିର୍ମାଣ ପାଇଁ ଯୋଜନା ରହିଛି । ସ୍ଥାପତ୍ୟ କଳା ଅନୁଯାୟୀ ଡିଜାଇନ୍‌ ପ୍ରସ୍ତୁତ କରାଯାଇଛି । ୨୦୦ରୁ ୩୦୦ କିଲୋମିଟର ବାତ୍ୟା ସହନଶୀଳ ବିଲଡିଙ୍ଗ ନିର୍ମାଣ ହେବ । ପୁରୀରେ […]

Samaya Live Picture
Published On

ଭୁବନେଶ୍ୱର: ଜୁନ୨୧: ପୁରୀ ବିଶ୍ୱସ୍ତରୀୟ ଷ୍ଟେସନ ନେଇ ପ୍ରତିକ୍ରିୟା ରଖିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ୩୬୪ କୋଟି ଟଙ୍କାର ପ୍ରକଳ୍ପ କାମ ଦୁଇ ବର୍ଷ ମଧ୍ୟରେ ଶେଷ କରାଯିବ । ବିଶ୍ୱସ୍ତରୀୟ ଷ୍ଟେସନ ବିଲଡିଙ୍ଗ ସହ ବଡ ଯାତ୍ରୀ ନିବାସ ନିର୍ମାଣ ପାଇଁ ଯୋଜନା ରହିଛି । ସ୍ଥାପତ୍ୟ କଳା ଅନୁଯାୟୀ ଡିଜାଇନ୍‌ ପ୍ରସ୍ତୁତ କରାଯାଇଛି । ୨୦୦ରୁ ୩୦୦ କିଲୋମିଟର ବାତ୍ୟା ସହନଶୀଳ ବିଲଡିଙ୍ଗ ନିର୍ମାଣ ହେବ । ପୁରୀରେ ଏୟାରପୋର୍ଟ ହେଉଥିବାରୁ ପୁରୀ-ଭୁବନେଶ୍ୱର ପାଇଁ ଟ୍ରେନ୍‌ ଚଳାଚଳ କରାଯିବ । ରଥଯାତ୍ରା ପାଇଁ ୨୦୫ଟି ଟ୍ରେନ୍‌ ଚଳାଚଳ ସହ ମୋବାଇଲ୍‌ ଟିକେଟ୍‌ ବ୍ୟବସ୍ଥା କରାଯିବ । ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗରତ୍ୱ ଦିଆଯାଇଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି ।