ନନ୍ଦନକାନନରେ ଆସିଲେ ଦୁଇ ନୂଆ ଅତିଥି

ଭୁବନେଶ୍ୱର,୯/୧୧: ଭୁବନେଶ୍ୱର ସ୍ଥିତ ପ୍ରାଣୀ ଉଦ୍ୟାନ କେନ୍ଦ୍ର ନନ୍ଦନକାନନକୁ ଆସିଛନ୍ତି ୨ଟି ନୂଆ ଅତିଥି। ବୁଧବାର ଆଉ ଦୁଇ ବାଘ ଛୁଆ ଜନ୍ମ ହୋଇଛନ୍ତି। ସେଠାରେ ଥିବା ଧଳା ବାଘୁଣୀ ସ୍ନେହା ଗର୍ଭରୁ ୨ଟି ବାଘ ଛୁଆ ଜନ୍ମ ହୋଇଛନ୍ତି। ଏହାସହ ନନ୍ଦନକାନନରେ ବାଘ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ତେବେ ବର୍ତ୍ତମାନ ଧଳା ବାଘ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ସେହିପରି ସାଧାରଣ ରଙ୍ଗର ବାଘ ସଂଖ୍ୟା ୧୩ ଅଛନ୍ତି। ନନ୍ଦନକାନନରେ କଳା ବାଘ ସଂଖ୍ୟା […]

Samaya Live Picture
Published On

ଭୁବନେଶ୍ୱର,୯/୧୧: ଭୁବନେଶ୍ୱର ସ୍ଥିତ ପ୍ରାଣୀ ଉଦ୍ୟାନ କେନ୍ଦ୍ର ନନ୍ଦନକାନନକୁ ଆସିଛନ୍ତି ୨ଟି ନୂଆ ଅତିଥି। ବୁଧବାର ଆଉ ଦୁଇ ବାଘ ଛୁଆ ଜନ୍ମ ହୋଇଛନ୍ତି। ସେଠାରେ ଥିବା ଧଳା ବାଘୁଣୀ ସ୍ନେହା ଗର୍ଭରୁ ୨ଟି ବାଘ ଛୁଆ ଜନ୍ମ ହୋଇଛନ୍ତି। ଏହାସହ ନନ୍ଦନକାନନରେ ବାଘ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ତେବେ ବର୍ତ୍ତମାନ ଧଳା ବାଘ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ସେହିପରି ସାଧାରଣ ରଙ୍ଗର ବାଘ ସଂଖ୍ୟା ୧୩ ଅଛନ୍ତି। ନନ୍ଦନକାନନରେ କଳା ବାଘ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଅନ୍ୟପଟେ କିଛି ମାସ ତଳେ ନନ୍ଦନକାନନରେ ନୂଆ ଅତିଥି ଭାବେ ୮ଟି ଆନାକୋଣ୍ଡା ଆସିଥିଲେ। ଚେନ୍ନାଇରୁ ଆନାକୋଣ୍ଡା ସାପକୁ ଅଣାଯାଇଥିଲା। ୮ଟି ଆନାକୋଣ୍ଡା ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପ୍ରାଣୀ ଉଦ୍ୟାନ କେନ୍ଦ୍ରରେ ୬ଟି ଆନାକୋଣ୍ଡା ରହିଛି ।

Tags: