ବାତ୍ୟା ବୁଲବୁଲ ପାଇଁ ବଦଳିଲା ଯୁକ୍ତ ଦୁଇ ପରୀକ୍ଷାର ଫର୍ମପୂରଣ ତାରିଖ

ସମୟ ଲାଇଭ,୯/୧୧:ବାତ୍ୟା ବୁଲବୁଲ ଡଓଡ଼ିଶାରେ ଲ୍ୟାଣ୍ଡଫଲ କରିନାହିଁ ସତ କିନ୍ତୁ ଏହା ପ୍ରଭାବରେ ଓଡ଼ିଶାରେ ପାଗ କୋହଲା ହେବା ସହ କିଛି ସ୍ଥାନରେ ବର୍ଷା ହୋଇଛି। ଏହା ସହ ପବନ ମଧ୍ୟ ହୋଇଛି। ବାତ୍ୟା ପ୍ରଭାବରେ ଓଡ଼ିଶାର ୫ଟି ଜିଲ୍ଳା ବିଶେଷଭାବେ ପ୍ରଭାବିତ ହୋଇଛି। ସମ୍ଭାବ୍ୟ ବାତ୍ୟାକୁ ଆଖିଆଗରେ ରଖି ରାଜ୍ୟ ସରକାର ଆଗୁଆ ପଦକ୍ଷପ ନେଇଛନ୍ତି। ଯୁକ୍ତ ଦୁଇ ପରୀକ୍ଷା ପାଇଁ ହେବାକୁ ଥିବା ଫର୍ମ ଫିଲପ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ମାସ ପହିଲାରୁ […]

Samaya Live Picture
Published On

ସମୟ ଲାଇଭ,୯/୧୧:ବାତ୍ୟା ବୁଲବୁଲ ଡଓଡ଼ିଶାରେ ଲ୍ୟାଣ୍ଡଫଲ କରିନାହିଁ ସତ କିନ୍ତୁ ଏହା ପ୍ରଭାବରେ ଓଡ଼ିଶାରେ ପାଗ କୋହଲା ହେବା ସହ କିଛି ସ୍ଥାନରେ ବର୍ଷା ହୋଇଛି। ଏହା ସହ ପବନ ମଧ୍ୟ ହୋଇଛି। ବାତ୍ୟା ପ୍ରଭାବରେ ଓଡ଼ିଶାର ୫ଟି ଜିଲ୍ଳା ବିଶେଷଭାବେ ପ୍ରଭାବିତ ହୋଇଛି। ସମ୍ଭାବ୍ୟ ବାତ୍ୟାକୁ ଆଖିଆଗରେ ରଖି ରାଜ୍ୟ ସରକାର ଆଗୁଆ ପଦକ୍ଷପ ନେଇଛନ୍ତି। ଯୁକ୍ତ ଦୁଇ ପରୀକ୍ଷା ପାଇଁ ହେବାକୁ ଥିବା ଫର୍ମ ଫିଲପ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ମାସ ପହିଲାରୁ ୨୦୨୦ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହୋଇଥିଲା। ବିନା ଫାଇନ୍‌ରେ ଫର୍ମପୂରଣ ଅବଧି ୯ ତାରିଖ ପର୍ୟ୍ୟନ୍ତ ଧାର୍ୟ୍ୟ କରାଯାଇଥିଲା। ବର୍ତମାନ ଏହାକୁ ପରିବର୍ତନ କରାଯାଇ ବିନା ଫାଇନ୍‌ରେ ଫର୍ମପୂରଣ ଅବଧି ୯ ତାରିଖରେ ପରିବର୍ତ୍ତେ ଆସନ୍ତା ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ସମୟ ମଧ୍ୟରେ ଫର୍ମପୂରଣ କରିଥିବା ବିଦ୍ୟାର୍ଥୀ ୧୮ ତାରିଖ ପର୍ୟ୍ୟନ୍ତ ଫି ଦାଖଲ କରିପାରିବେ। ସେହିପରି ୫୦ ଟଙ୍କା ଫାଇନ୍‌ ସହ ୧୮ ତାରିଖରୁ ୨୦ ତାରିଖ ମଧ୍ୟ ଫର୍ମ ପୂରଣ କରିପାରିବେ ବିଦ୍ୟାର୍ଥୀ। ୨୧ରୁ ୨୩ ମଧରେ ଫର୍ମ ପୂରଣ କଲେ ୩୫୦ ଟଙ୍କା ଫାଇନ୍‌ ଦେବାକୁ ପଡିବ। ଏହି ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସମସ୍ତ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଶୁକ୍ରବାର ଚିଠି ଲେଖି ଅବଗତ କରିଛନ୍ତି।

Tags: