୨୦୨୪ ‌ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି

ନୂଆଦିଲ୍ଲୀ, ୨୩/୩ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଦିଲ୍ଲୀ, ବିହାର ଏବଂ ରାଜସ୍ଥାନରେ ବିଜେପି ଆଜି ନୂଆ ମୁଖ୍ୟଙ୍କୁ ନିଯୁକ୍ତି ‌ଦେଇଛି। ଦିଲ୍ଲୀ ବିଜେପି କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର ସଚଦେବ ଆଜି ଦିଲ୍ଲୀରେ ନୂଆ ବିଜେପି ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ଲୋକସଭା ସାଂସଦ ସିପି ଯୋଶୀ ରାଜସ୍ଥାନର ନୂଆ ବିଜେପି ମୁଖ୍ୟ ନିଯୁକ୍ତ ‌ହୋଇଛନ୍ତି। ବିହାର ବିଧାନ ପରିଷଦରେ ବିରୋଧୀ ଦଳ ନେତା ସମ୍ରାଟ ଚୌଧୁରୀ ସଂଜୟ ଜୟସ୍ବାଲ୍‌ଙ୍କ ସ୍ଥାନରେ […]

Samaya Live Picture
Published On

ନୂଆଦିଲ୍ଲୀ, ୨୩/୩ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଦିଲ୍ଲୀ, ବିହାର ଏବଂ ରାଜସ୍ଥାନରେ ବିଜେପି ଆଜି ନୂଆ ମୁଖ୍ୟଙ୍କୁ ନିଯୁକ୍ତି ‌ଦେଇଛି। ଦିଲ୍ଲୀ ବିଜେପି କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର ସଚଦେବ ଆଜି ଦିଲ୍ଲୀରେ ନୂଆ ବିଜେପି ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ଲୋକସଭା ସାଂସଦ ସିପି ଯୋଶୀ ରାଜସ୍ଥାନର ନୂଆ ବିଜେପି ମୁଖ୍ୟ ନିଯୁକ୍ତ ‌ହୋଇଛନ୍ତି। ବିହାର ବିଧାନ ପରିଷଦରେ ବିରୋଧୀ ଦଳ ନେତା ସମ୍ରାଟ ଚୌଧୁରୀ ସଂଜୟ ଜୟସ୍ବାଲ୍‌ଙ୍କ ସ୍ଥାନରେ ନୂଆ ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ରାଜସ୍ଥାନରେ ସିପି ଯୋଶୀ ସତିଶ ପୁନିଆଙ୍କ ସ୍ଥାନ‌ରେ ନୂଆ ଦାୟିତ୍ବ ଗ୍ରହଣ କରିବେ । ସେହିପରି ମନମୋହନ ସାମଲ ଓଡ଼ିଶାରେ ବିଜେପି ବିଭାଗ ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ଉଲ୍ଲେଖ‌ଯୋଗ୍ୟ ଯେ ୨୦୨୩ରେ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସାଙ୍ଗକୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ବିଭିନ୍ନ ରାଜ୍ୟରେ ବିଜେପି ନୂଆ ମୁହଁକୁ ସୁଯୋଗ ଦେଉଛି। ବିଜେପି ଜାତୀୟ ସଭାପତି ‌‌ଜେପି ନଡ୍ଡାଙ୍କ ହାତରେ ଏବେ ଗୁରୁ ଦାୟିତ୍ବ।