ହିମାଚଳ କଂଗ୍ରେସ ସଙ୍କଟ, ଫେସ୍ବୁକ୍ ବାୟୋରୁ ସରକାରୀ ପଦବୀ ହଟାଇଲେ ବିକ୍ରମାଦିତ୍ୟ
ଶିମଲା: ହିମାଚଳ ପ୍ରଦେଶ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ନିଜ ଫେସବୁକ୍ ବାୟୋରୁ ତାଙ୍କ ଅଫିସିଆଲ୍ ପଦବୀ ହଟାଇ କଂଗ୍ରେସ ନେତୃତ୍ୱକୁ ପୁଣି ଥରେ ଚିନ୍ତାରେ ପକାଇ ଦେଇଛନ୍ତି। ପୂର୍ବରୁ ପିଡବ୍ଲ୍ୟୁଡି ମନ୍ତ୍ରୀ ଓ ଭାରତୀୟ ଜାତୀୟ କଂଗ୍ରେସ ସଦସ୍ୟ ଲେଖାଥିବା ତାଙ୍କ ଫେସବୁକ ବାୟୋରେ ଏବେ କେବଳ ‘ହିମାଚଳର ସେବକ’ ଲେଖାଯାଇଛି। ରାଜ୍ୟସଭା ନିର୍ବାଚନରେ ପରାଜୟ ପରେ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଭୀଷଣ ସଙ୍କଟକୁ ଆସିଯାଇଥିଲା । ୬ ଥର ମୁଖ୍ୟମନ୍ତ୍ରୀ ଥିବା ବୀରଭଦ୍ର ସିଂହଙ୍କ […]
ଶିମଲା: ହିମାଚଳ ପ୍ରଦେଶ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ନିଜ ଫେସବୁକ୍ ବାୟୋରୁ ତାଙ୍କ ଅଫିସିଆଲ୍ ପଦବୀ ହଟାଇ କଂଗ୍ରେସ ନେତୃତ୍ୱକୁ ପୁଣି ଥରେ ଚିନ୍ତାରେ ପକାଇ ଦେଇଛନ୍ତି। ପୂର୍ବରୁ ପିଡବ୍ଲ୍ୟୁଡି ମନ୍ତ୍ରୀ ଓ ଭାରତୀୟ ଜାତୀୟ କଂଗ୍ରେସ ସଦସ୍ୟ ଲେଖାଥିବା ତାଙ୍କ ଫେସବୁକ ବାୟୋରେ ଏବେ କେବଳ ‘ହିମାଚଳର ସେବକ’ ଲେଖାଯାଇଛି। ରାଜ୍ୟସଭା ନିର୍ବାଚନରେ ପରାଜୟ ପରେ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଭୀଷଣ ସଙ୍କଟକୁ ଆସିଯାଇଥିଲା । ୬ ଥର ମୁଖ୍ୟମନ୍ତ୍ରୀ ଥିବା ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ହରିୟାଣାର ପଞ୍ଚକୁଲାରେ ଅନ୍ୟ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଭେଟିବା ପରେ ଗତକାଲି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ତାଙ୍କ ବାପାଙ୍କ ନାଁରେ ଭୋଟ ମାଗିଥିଲେ ମଧ୍ୟ ଏବେ ଦଳର ଆଭିମୁଖ୍ୟ ବଦଳିଛି ଏବଂ ତାଙ୍କ ବାପାଙ୍କୁ ଅସମ୍ମାନ କରାଯାଉଛି ବୋଲି ସେ ସର୍ବସାଧାରଣରେ ଅଭିଯୋଗ କରିଛନ୍ତି। ଏଣେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ନେତୃତ୍ୱରେ ରାଜ୍ୟ ସରକାର ବିକ୍ରମାଦିତ୍ୟ ସିଂହଙ୍କ ସ୍ଥାନରେ ରାମପୁର ବିଧାୟକ ନନ୍ଦଲାଲଙ୍କୁ ହିମାଚଳ ପ୍ରଦେଶ ଅର୍ଥ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଏହି ପଦକ୍ଷେପରୁ ଜଣାପଡ଼ୁଛି ଯେ ସିଂହଙ୍କର ଆଉ ଦଳ ଭିତରେ କିଛି କ୍ଷମତା ନାହିଁ।




