ରାଜ୍ ଠାକ୍ରେ ଜବରଦଖଲ ଅଭିଯୋଗ କରିବାରୁ ଭଙ୍ଗା ହେଲା ଦରଘା
ମୁମ୍ବାଇ, ୨୩/୩: ଏମଏନଏସ (ମହାରାଷ୍ଟ୍ର ନବନିର୍ମାଣ ସେନା) ମୁଖ୍ୟ ରାଜ୍ ଠାକ୍ରେ ଜବରଦଖଲ ଅଭିଯୋଗ କରିବାରୁ ଆଜି ମୁମ୍ବାଇର ମାହିମ୍ ଅଞ୍ଚଳରେ ଏକ ଦରଘାକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯଶଇଛି। ମୁମ୍ବାଇ ପୌର ନିଗମ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଆଜି ସକାଳେ ବ୍ୟାପକ ପୁଲିସ ଉପସ୍ଥିତିରେ ଏକ ବୁଲ୍ଡୋଜର୍ ଲଗାଇ ଦରଘାଟିକୁ ଭାଙ୍ଗି ଦିଆଯାଇଛି। ଦରଘାର ଭଗ୍ନାଂଶ ସବୁକୁ ଟ୍ରକ୍ ଯୋଗେ ସେଠାରୁ ଉଠାଇ ନିଆଯାଇଛି। ବୁଧବାର ଦିନ ‘ଗୁଡ଼ି ପଡ୍ୱା’ ଉଦ୍ବୋଧନ ଦେବା […]
ମୁମ୍ବାଇ, ୨୩/୩: ଏମଏନଏସ (ମହାରାଷ୍ଟ୍ର ନବନିର୍ମାଣ ସେନା) ମୁଖ୍ୟ ରାଜ୍ ଠାକ୍ରେ ଜବରଦଖଲ ଅଭିଯୋଗ କରିବାରୁ ଆଜି ମୁମ୍ବାଇର ମାହିମ୍ ଅଞ୍ଚଳରେ ଏକ ଦରଘାକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯଶଇଛି। ମୁମ୍ବାଇ ପୌର ନିଗମ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଆଜି ସକାଳେ ବ୍ୟାପକ ପୁଲିସ ଉପସ୍ଥିତିରେ ଏକ ବୁଲ୍ଡୋଜର୍ ଲଗାଇ ଦରଘାଟିକୁ ଭାଙ୍ଗି ଦିଆଯାଇଛି। ଦରଘାର ଭଗ୍ନାଂଶ ସବୁକୁ ଟ୍ରକ୍ ଯୋଗେ ସେଠାରୁ ଉଠାଇ ନିଆଯାଇଛି। ବୁଧବାର ଦିନ ‘ଗୁଡ଼ି ପଡ୍ୱା’ ଉଦ୍ବୋଧନ ଦେବା ବେଳେ ଠାକ୍ରେ ଏକ ଭିଡିଓ କ୍ଲିପ୍ ଦେଖାଇ କହିଥିଲେ ଯେ, ମୁମ୍ବାଇର ମାହିମ ଉପକୂଳରେ ବେଆଇନ ଭାବେ ଦରଘା ନିର୍ମିତ ହୋଇଛି। ସେ କହିଥିଲେ, ଏହି ଦରଘା କାହାର? ଏଇଟା କ’ଣ ଏକ ମାଛର? ଦୁଇ ବର୍ଷ ପୂର୍ବେ ଏହା ସେଠାରେ ନ ଥିଲା। ଯଦି ତୁରନ୍ତ ଏହି ବେଆଇନ ନିର୍ମାଣ ଭଙ୍ଗା ନଯାଏ ତେବେ ଆମେ ସେହି ଏକ ଗଣପତି ମନ୍ଦିର ନିର୍ମାଣ କରିବୁ ବୋଲି ଠାକ୍ରେ କହିଥିଲେ।




