ଯାଜପୁରୁ ତହସିଲ ଘୋଟଲା ଭିଜିଲାନ୍ସ ତଦନ୍ତ ରିପୋର୍ଟ ମାଗିଲେ ଲୋକାୟୁକ୍ତ

ସମୟ ଲାଇଭ,19/11:ଯାଜପୁରୁ ତହସିଲ ରେ ବହୁ ଚର୍ଚ୍ଚିତ ପାଞ୍ଚ କୋଟି ଟଙ୍କାର ହରି ଲୁଟୁ ଘଟଣା ରେ ଭିଜିଲାନ୍ସ ବିଭାଗ ତିନିବର୍ଷ ତଳୁ ତଦନ୍ତ ଦାୟିତ୍ବ ନେ କେବଳ ଜଣେ ତହସିଲଦାର ଙ୍କ କାର୍ଯ୍ୟ କଳାପକୁ ତଦନ୍ତ କରି ଛମାସେ ତଳୁ ମାମଲା ରୁଜୁ କରି ନିରବ ରହିଛି. ଲୋକୟୁକ୍ତ ଙ୍କ କୋର୍ଟ ରେ ଏହି ଘଟଣା କୁ ନେଇ ମାମଲା ରୁଜୁ ହୋଇ ଭିଜିଲାନ୍ସ ବିଭାଗକୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇ ଥିବା […]

Samaya Live Picture
Published On

ସମୟ ଲାଇଭ,19/11:ଯାଜପୁରୁ ତହସିଲ ରେ ବହୁ ଚର୍ଚ୍ଚିତ ପାଞ୍ଚ କୋଟି ଟଙ୍କାର ହରି ଲୁଟୁ ଘଟଣା ରେ ଭିଜିଲାନ୍ସ ବିଭାଗ ତିନିବର୍ଷ ତଳୁ ତଦନ୍ତ ଦାୟିତ୍ବ ନେ କେବଳ ଜଣେ ତହସିଲଦାର ଙ୍କ କାର୍ଯ୍ୟ କଳାପକୁ ତଦନ୍ତ କରି ଛମାସେ ତଳୁ ମାମଲା ରୁଜୁ କରି ନିରବ ରହିଛି. ଲୋକୟୁକ୍ତ ଙ୍କ କୋର୍ଟ ରେ ଏହି ଘଟଣା କୁ ନେଇ ମାମଲା ରୁଜୁ ହୋଇ ଭିଜିଲାନ୍ସ ବିଭାଗକୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇ ଥିବା ଜଣା ପଡ଼ିଛି ଫଳରେ ଭିଜିଲାନ୍ସ ବିଭାଗ ହଟାତ ତତ୍ପର ହୋଇ ତହସିଲ କାର୍ଯ୍ୟଳୟରୁ କିଛି ନତିପତ୍ର ଭାରପ୍ରାପ୍ତ ତହସିଲଦାର . ଙ୍କ ଠାରୁ ନେଇଥିବାର ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରୁ ଥୁବା ଆ ଇ ଓ ଡିସ୍ ପି ବନମଳିଧଳ ସୂଚନା ଦେଇ ଛନ୍ତି ।2006/2007 ରୁ 2016/2017 ମସିହା ଭିତରେ ହୋଇ ଥିବା ପାଞ୍ଚ କୋଟି ଟଙ୍କାର ରାଜସ୍ୱ ଆତ୍ମସାତ ଘଟଣାର ଛ ,ସାତ ଜଣ ତହସିଲଦାର ସାତ ଆଠ ଜଣ ମୁଖ୍ୟ କିରାଣୀ , ତିନି ଜଣ ନାଯିରୀ ସମ୍ପୃକ୍ତ ଥିଲା ବେଳେ ଜିଲ୍ଲା ପ୍ରଶାସନ ସହଯୋଗ କରୁ ନଥିବାରୁ ଭିଜିଲାନ୍ସ ବିଭାଗ ତଦନ୍ତ ରେ ଅଗ୍ରଗତି କରି ପାରୁନି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି ।

Tags: