ମୋଦୀଙ୍କ ଆମେରିକା ଗସ୍ତ ପୂର୍ବରୁ ନ୍ୟୁଜର୍ସି ରେସ୍ତୋରାଁରେ ‘ମୋଦୀଜୀ ଥାଳି’
ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୨୧ ତାରିଖରୁ ଆମେରିକା ଗସ୍ତରେ ଯାଉଛନ୍ତି। ମୋଦୀଙ୍କ ଗସ୍ତ ପୂର୍ବରୁ ଆମେରିକାରେ ମୋଦୀଙ୍କୁ ଭବ୍ୟ ସ୍ବାଗତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଇତି ମଧ୍ୟରେ ନ୍ୟୁଜର୍ସିର ଏକ ରେସ୍ତୋରାଁ ‘ମୋଦୀଜୀ ଥାଳି’ ଆରମ୍ଭ କରିଛି। ଏହି ଥାଳି ନରେନ୍ଦ୍ର ମୋଦୀଙ୍କ ପାଇଁ ସମର୍ପିତ। ସେଫ୍ ଶ୍ରୀପଦ କୁଲକର୍ନି ଏହି ଥାଳି ପ୍ରସ୍ତୁତ କରିଛନ୍ତି। ଥାଳିରେ ବିଭିନ୍ନ ପ୍ରକାର ଭାରତୀୟ ପାରମ୍ପରିକ ଖାଦ୍ୟ ରହିଛି ତଥା ଖେଚୁଡ଼ି, […]
ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୨୧ ତାରିଖରୁ ଆମେରିକା ଗସ୍ତରେ ଯାଉଛନ୍ତି। ମୋଦୀଙ୍କ ଗସ୍ତ ପୂର୍ବରୁ ଆମେରିକାରେ ମୋଦୀଙ୍କୁ ଭବ୍ୟ ସ୍ବାଗତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଇତି ମଧ୍ୟରେ ନ୍ୟୁଜର୍ସିର ଏକ ରେସ୍ତୋରାଁ ‘ମୋଦୀଜୀ ଥାଳି’ ଆରମ୍ଭ କରିଛି। ଏହି ଥାଳି ନରେନ୍ଦ୍ର ମୋଦୀଙ୍କ ପାଇଁ ସମର୍ପିତ। ସେଫ୍ ଶ୍ରୀପଦ କୁଲକର୍ନି ଏହି ଥାଳି ପ୍ରସ୍ତୁତ କରିଛନ୍ତି। ଥାଳିରେ ବିଭିନ୍ନ ପ୍ରକାର ଭାରତୀୟ ପାରମ୍ପରିକ ଖାଦ୍ୟ ରହିଛି ତଥା ଖେଚୁଡ଼ି, ରସଗୋଲା, ସୋରିଷ ଶାଗ, କାଶ୍ମୀରୀ ଦମ୍ ଆଲୁ, ଇଡଲି, ଢୋକଲା ଏବଂ ପାପଡ୍। ଭାରତୀୟ ବଂଶୋଦ୍ଭବଙ୍କ ଦାବି ମୁତାବକ ଏହି ଥାଳି ଆରମ୍ଭ ହୋଇଛି। ଅନ୍ୟପକ୍ଷେ ଭାରତ ସରକାରଙ୍କ ସୁପାରିସ କ୍ରମେ ଜାତିସଂଘ ଦ୍ବାରା ୨୦୨୩କୁ ଇଣ୍ଟରନେସାଲ୍ ମିଲେଟ୍ସ ଇୟର ଘୋଷଣା କରାଯାଇଥିବାରୁ ଏଥିପାଇଁ ମଧ୍ୟ ଏହି ଥାଳି ପ୍ରସ୍ତୁତ କରାଯାଇଛି। ଥାଳିରେ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ରହିଛି। ସେହିପରି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ପାଇଁ ଅନ୍ୟ ଏକ ସ୍ବତନ୍ତ୍ର ଥାଳି ପ୍ରସ୍ତୁତ କରାଯିବ।




