ମୁଖ୍ୟମନ୍ତ୍ରୀଙ୍କ ସାମନ୍ତବାଦ ବାଣ

କୋରାପୁଟ : ରାକ୍ଷୀ ପୂର୍ଣ୍ଣିମା ଅବସରରେ ହିତାଧିକାରୀଙ୍କ ଖାତାକୁ ଆସିଛି ସୁଭଦ୍ରାର ତୃତୀୟ କିସ୍ତି । ଅଗଷ୍ଟ ୯ ତାରିଖରେ କୋରାପୁଟର ଜୟପୁର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଆଜି ୧କୋଟିରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଟଙ୍କା ପଠାଯାଇଛି । ଆଜି ତୃତୀୟ କିସ୍ତିରେ ୫ହଜାର ଟଙ୍କା ଲେଖାଏଁ ହିତାଧିକାରୀ ପାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗ ଉଠାଇଥିଲେ । ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ହିସାବରେ […]

ମୁଖ୍ୟମନ୍ତ୍ରୀଙ୍କ ସାମନ୍ତବାଦ ବାଣ
Samaya Live Picture
Published On

କୋରାପୁଟ : ରାକ୍ଷୀ ପୂର୍ଣ୍ଣିମା ଅବସରରେ ହିତାଧିକାରୀଙ୍କ ଖାତାକୁ ଆସିଛି ସୁଭଦ୍ରାର ତୃତୀୟ କିସ୍ତି । ଅଗଷ୍ଟ ୯ ତାରିଖରେ କୋରାପୁଟର ଜୟପୁର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଆଜି ୧କୋଟିରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଟଙ୍କା ପଠାଯାଇଛି । ଆଜି ତୃତୀୟ କିସ୍ତିରେ ୫ହଜାର ଟଙ୍କା ଲେଖାଏଁ ହିତାଧିକାରୀ ପାଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗ ଉଠାଇଥିଲେ । ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ହିସାବରେ ସେ କହିଥିଲେ ଗତ କିଛି ଦିନରେ ରାଜ୍ୟରେ କିଛି ଭଉଣୀଙ୍କର ଆତ୍ମଦାହର କରୁଣ ଘଟଣା । ଜଣେ ଦରଦୀ ମଣିଷ ଭାବରେ ମୋତେ ଅନେକ ଦୁଃଖ ଓ ଯନ୍ତ୍ରଣା ଦେଇଛି। ମାତ୍ର ଦୋଷୀକୁ ଖୋଜି ଦଣ୍ଡଦେବା ପାଇଁ ଉଦ୍ୟମରେ ତିଳେମାତ୍ର ଅବହେଳା କରିନାହିଁ ମୋ ସରକାର। ଗତ ୨୫ ବର୍ଷର ଇତିହାସ ଓଡ଼ିଶାବାସୀଙ୍କ ସାମ୍ନାରେ ଅଛି। ମୋର ପ୍ରିୟ ଓଡ଼ିଶାବାସୀ ବିଗତ ୨୪ ବର୍ଷ ଓ ମୋର ଗୋଟିଏ ବର୍ଷରେ ମହିଳା ସୁରକ୍ଷା ଓ ସମ୍ମାନର ସତ୍ୟତାକୁ ଥରେ ନିଜେ ନିଜ ମନରେ ବିଚାର କରିବାପାଇଁ ଅନୁରୋଧ କରୁଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଜାଣିଛି ମୋତେ ଓ ମୋ ସରକାରକୁ କେଉଁ-କେଉଁ ପ୍ରସଙ୍ଗରେ କେମିତି ସମାଲୋଚନା କରାଯାଉଛି। ଆମେ ଗଣତନ୍ତ୍ରର ବିଧି ବ୍ୟବସ୍ଥାରେ ଅଛୁ। ଗଣତନ୍ତ୍ରରେ ସମାଲୋଚନାକୁ ବୁଝିବା, ସମ୍ମାନ ଦେବା ଓ ସମାଧାନର ରାସ୍ତା କାଢ଼ିବାପାଇଁ ମୁଁ ବଦ୍ଧପରିକର। ମାତ୍ର ଗୋଟିଏ କଥା ମୋର ପ୍ରିୟ ଓଡ଼ିଶାବାସୀଙ୍କ ପାଖରେ ସ୍ପଷ୍ଟ କରିବାକୁ ଚାହୁଁଛି, ମୁଁ ଗରିବ ଆଦିବାସୀ ପରିବାରରୁ ଆସିଛି। ମୋ ପରିବାରର ରାଜନୀତି ବା ଆର୍ଥିକ ପୃଷ୍ଠଭୂମି କିଛି ନାହିଁ। ସ୍କୁଲ ଶିକ୍ଷକରୁ ସରପଞ୍ଚ, ଚାରିଥର ବିଧାୟକ ଓ ମହାପ୍ରଭୁଙ୍କ ଅଶୀର୍ବାଦରୁ ମୁଖ୍ୟମନ୍ତ୍ରୀ ହୋଇଛି। ଜୀବନ ସହ ସଂଘର୍ଷ କରି କରି ପଢି-ଉଠି-ଠିଆ ହୋଇ ଆଗକୁ ବଢିବାର ଅନେକ ଅନୁଭବ ମୋ ପାଖରେ ଅଛି। ଗଠନମୂଳକ ସମାଲୋଚନାକୁ ସ୍ବାଗତ । ମାତ୍ର ଜଣେ ଆଦିବାସୀ ଓ ଗରିବ ପରିବାରର ଲୋକ କେମିତି ମୁଖ୍ୟମନ୍ତ୍ରୀ ହୋଇଯିବ ? ଏହିପରି ସାମନ୍ତବାଦୀ ବିଚାର ରଖୁଥିବା ବ୍ୟବସ୍ଥାର ଲୋକମାନଙ୍କର ଉଦ୍ଦେଶ୍ୟ ପ୍ରଣୋଦିତ ସମାଲୋଚନା ମୋତେ ଆଦୌ ଚିନ୍ତିତ କରେନି। ବରଂ ଦିନରାତି ରାଜ୍ୟର ଗରିବ, ଅତିଗରିବ, ଆଦିବାସୀ, ଦଳିତ, ପଛୁଆବର୍ଗ, ଦୁର୍ଗମ ଅଞ୍ଚଳର ବାସିନ୍ଦା, ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ତଥା ବିକାଶ ପାହାଚର ସବୁଠୁ ତଳ ପାହାଚରେ ଥିବା ଲୋକମାନଙ୍କ ପାଇଁ ଦିନରାତି ଏକ କରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଉଛି ।

Tags: