ବେଙ୍ଗାଲୁରୁରେ ବର୍ଷା ଜାରି , ସଂକ୍ରମଣ ନେଇ ସଚେତନ କଲେ ଡାକ୍ତର

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବର୍ଷା ଜାରି ରହିଛି। ବର୍ଷାରେ ସାରା ସହର ବୁଡ଼ିଥିବାବେଳେ ଆଇଏମ୍‌ଡି ପୁଣି ଆହୁରି ଅଧିକ ବର୍ଷା ହେବ ବୋଲି ଆକଳନ କରିଛି। ଲୋକମାନଙ୍କୁ ଘରେ ରହିବାପାଇଁ ଆଇଏମ୍‌ଡି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଇତି ମଧ୍ୟରେ ଡାକ୍ତରମାନେ ସଂକ୍ରମଣ ନେଇ ସତର୍କ କରିଛନ୍ତି। ପ୍ରାକ୍‌ ମୌସୁମୀ ବର୍ଷା ପାଇଁ ବେଙ୍ଗାଲୁରୁରେ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଛି। ବର୍ଷା ଜନିତ କାରଣ ପାଇଁ ବେଙ୍ଗାଲୁରୁ ସମେତ ସମଗ୍ର ରାଜ୍ୟରେ ଏପ୍ରିଲରୁ ଏଯାବତ ୫୨ ଜଣଙ୍କ ମୃତ୍ୟୁ ହେଲାଣି। […]

Samaya Live Picture
Published On

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ବର୍ଷା ଜାରି ରହିଛି। ବର୍ଷାରେ ସାରା ସହର ବୁଡ଼ିଥିବାବେଳେ ଆଇଏମ୍‌ଡି ପୁଣି ଆହୁରି ଅଧିକ ବର୍ଷା ହେବ ବୋଲି ଆକଳନ କରିଛି। ଲୋକମାନଙ୍କୁ ଘରେ ରହିବାପାଇଁ ଆଇଏମ୍‌ଡି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଇତି ମଧ୍ୟରେ ଡାକ୍ତରମାନେ ସଂକ୍ରମଣ ନେଇ ସତର୍କ କରିଛନ୍ତି। ପ୍ରାକ୍‌ ମୌସୁମୀ ବର୍ଷା ପାଇଁ ବେଙ୍ଗାଲୁରୁରେ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଛି। ବର୍ଷା ଜନିତ କାରଣ ପାଇଁ ବେଙ୍ଗାଲୁରୁ ସମେତ ସମଗ୍ର ରାଜ୍ୟରେ ଏପ୍ରିଲରୁ ଏଯାବତ ୫୨ ଜଣଙ୍କ ମୃତ୍ୟୁ ହେଲାଣି। ନିକଟରେ ପୁଣି ୨ ଜଣଙ୍କର ସିଲିକନ ଭ୍ୟାଲିରେ ମୃତ୍ୟୁ ହୋଇଛି। ଗତ ୪୮ ଘଣ୍ଟା ଧରି ବେଙ୍ଗାଲୁରୁରେ ଲଗାତାର ବର୍ଷା ହେଉଛି। ବେଙ୍ଗାଲୁରୁ ବାଦ୍‌ ପୁରୁଣା ମହୀଶୁର ମଧ୍ୟ ଅତି ବ୍ୟାପକ ଭାବେ ପ୍ରଭାବିତ ‌ହୋଇଛି। ସବୁ ସ୍ଥାନରେ ପାଣି ଜମା ହୋଇ ରହିଥିବାରୁ ଲୋକମାନଙ୍କୁ ମେଲେରିଆ, ଡେଙ୍ଗୁ, ଚିକୁନଗୁନିୟା ଏବଂ ଅନ୍ୟାନ୍ୟ ସଂକ୍ରମଣ ହେବାର ସମ୍ଭାବନା ରହିଛି। ଡାଇରିଆ ଭୟ ବି ରହିଛି।

Tags: