ବାରମୁଳା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ
ଶ୍ରୀନଗର : କାଶ୍ମୀରର ବାରମୁଳା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆଜି ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କଠାରୁ ଏକେ ୪୭ ରାଇଫଲ୍ ସମେତ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। କାଶ୍ମୀରରେ ଗତ ୨୪ ଘଣ୍ଟାରେ ଏହା ଦ୍ବିତୀୟ ଏନକାଉଣ୍ଟର। ପୁଲିସ ଅନୁଯାୟୀ ନିପାତ ହୋଇଥିବା ୨ ଆତଙ୍କବାଦୀ ହେଉଛନ୍ତି ସ୍ଥାନୀୟ। ସେମାନେ ଏଲଇଟି ପାଇଁ କାମ କରୁଥିଲେ। ଉକ୍ତ ୨ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ଶକିର ମଜିଦ ନଜର ଏବଂ ହନନ […]
ଶ୍ରୀନଗର : କାଶ୍ମୀରର ବାରମୁଳା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆଜି ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କଠାରୁ ଏକେ ୪୭ ରାଇଫଲ୍ ସମେତ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। କାଶ୍ମୀରରେ ଗତ ୨୪ ଘଣ୍ଟାରେ ଏହା ଦ୍ବିତୀୟ ଏନକାଉଣ୍ଟର। ପୁଲିସ ଅନୁଯାୟୀ ନିପାତ ହୋଇଥିବା ୨ ଆତଙ୍କବାଦୀ ହେଉଛନ୍ତି ସ୍ଥାନୀୟ। ସେମାନେ ଏଲଇଟି ପାଇଁ କାମ କରୁଥିଲେ। ଉକ୍ତ ୨ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ଶକିର ମଜିଦ ନଜର ଏବଂ ହନନ ଅହମଦ ଶେହ। ସେମାନେ ସୋପିଆନ ଜିଲ୍ଲାର। ଗତ ମାର୍ଚ୍ଚ ମାସରେ ସେମାନେ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ ଦେଇଥିଲେ। ବାରମୁଳା ଜିଲ୍ଲାର ପୟିନ କ୍ରିରି ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ସୂଚନା ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁରୁବାର ବଡ଼ି ଭୋର ସମୟରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ .ହୋଇଥିଲା। ପରେ ଏହି ଅପରେସନ ଏନକାଉଣ୍ଟରରେ ପରିଣତ ହୋଇଥିଲା।




