ପାନ ଛେପ ଦାଗ ଥିବା ଫାଇଲ୍‌ ପ୍ରତ୍ୟାଖ୍ୟାନ ପାଇଁ ନି‌ର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ:  କୋର୍ଟ ଫାଇଲ୍‌ରେ ପୃଷ୍ଠା ଓଲଟାଇବାପାଇଁ କିଛି ରେଜିଷ୍ଟ୍ରି କର୍ମଚାରୀ ପାନ ଛେପ ବ୍ୟବହାର କରୁଛନ୍ତି ଏବଂ ଏହାଦ୍ବାରା ଫାଇଲ୍‌ରେ ନାଲି ଦାଗ ରହିଯାଉଛି। ରେଜିଷ୍ଟ୍ରି କର୍ମଚାରୀଙ୍କ ଏଭଳି ଅଭ୍ୟାସ ପାଇଁ ଆହ୍ଲାବାଦ ହାଇକୋର୍ଟ ଗଭୀର ଚିନ୍ତା‌ ପ୍ରକଟ କରିଛନ୍ତି। କୋର୍ଏଟ କହିଛନ୍ତି ଏମିତି ଅଭ୍ୟାସ  ଅତ୍ୟନ୍ତ ଅସ୍ବାସ୍ଥ୍ୟକର ଏବଂ ଏହା ସଂକ୍ରମଣ ବିପଦ ବଢ଼ାଉଛି। ଜଷ୍ଟିସ ଶ୍ରୀ ପ୍ରକାଶ ସିଂହଙ୍କ ଖଣ୍ଡପୀଠ ସେପ୍ଟେମ୍ବର ୨୨ ତାରିଖରେ ଏନେଇ କୋର୍ଟ ରେଜିଷ୍ଟ୍ରି ଏବଂ ସରକାରୀ ଆଇନ ଅଫିସ୍‌କୁ […]

ପାନ ଛେପ ଦାଗ ଥିବା ଫାଇଲ୍‌ ପ୍ରତ୍ୟାଖ୍ୟାନ ପାଇଁ ନି‌ର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ
Samaya Live Picture
Published On

ନୂଆଦିଲ୍ଲୀ:  କୋର୍ଟ ଫାଇଲ୍‌ରେ ପୃଷ୍ଠା ଓଲଟାଇବାପାଇଁ କିଛି ରେଜିଷ୍ଟ୍ରି କର୍ମଚାରୀ ପାନ ଛେପ ବ୍ୟବହାର କରୁଛନ୍ତି ଏବଂ ଏହାଦ୍ବାରା ଫାଇଲ୍‌ରେ ନାଲି ଦାଗ ରହିଯାଉଛି। ରେଜିଷ୍ଟ୍ରି କର୍ମଚାରୀଙ୍କ ଏଭଳି ଅଭ୍ୟାସ ପାଇଁ ଆହ୍ଲାବାଦ ହାଇକୋର୍ଟ ଗଭୀର ଚିନ୍ତା‌ ପ୍ରକଟ କରିଛନ୍ତି। କୋର୍ଏଟ କହିଛନ୍ତି ଏମିତି ଅଭ୍ୟାସ  ଅତ୍ୟନ୍ତ ଅସ୍ବାସ୍ଥ୍ୟକର ଏବଂ ଏହା ସଂକ୍ରମଣ ବିପଦ ବଢ଼ାଉଛି। ଜଷ୍ଟିସ ଶ୍ରୀ ପ୍ରକାଶ ସିଂହଙ୍କ ଖଣ୍ଡପୀଠ ସେପ୍ଟେମ୍ବର ୨୨ ତାରିଖରେ ଏନେଇ କୋର୍ଟ ରେଜିଷ୍ଟ୍ରି ଏବଂ ସରକାରୀ ଆଇନ ଅଫିସ୍‌କୁ ଏକ ନିର୍ଦ୍ଦେଶ ଦେଇ ପାନ ଛେପରୁ ନାଲି ଦାଗ ଥିବା କୌଣସି ବି ଫାଇଲ୍‌ ଗ୍ରହଣ ନକରିବାପାଇଁ କହିଛନ୍ତି। କୃଷ୍ଣ ଭଟି ଏବଂ ଅନ୍ୟ ଜଣେ ଆବେଦନକାରୀଙ୍କ ଆବେଦନ ଉପରେ ଶୁଣାଣି ସମୟରେ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ଫାଇଲ୍‌ ନେବା ସମୟରେ ତୁରନ୍ତ ଏଥିରେ ପାନଛେପ ଦାଗ ଥିବା ଦେଖିଥିଲେ। ଯାହାକୁ ପୃଷ୍ଠା ଓଲଟାଇବାପାଇଁ ବ୍ୟବହାର କରାଯାଇଛି। କୋର୍ଟ କହିଛନ୍ତି ଏହା ଅତ୍ୟନ୍ତ ଅସ୍ବାସ୍ଥ୍ୟକର ଅଭ୍ୟାସ ଏବଂ ଏହା ନିନ୍ଦନୀୟ। ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି ଯେ ଯଦି ଏଭଳି ଅଭ୍ୟାସ ବନ୍ଦ ନହୁଏ ତେବେ ଯେଉଁମାନେ ଏହି ପେପର୍‌ ସଂସ୍ପର୍ଶରେ ଆସିବେ ସେମାନେ ସଂକ୍ରମଣର ଶିକାର ହେବେ।

Tags: