ତେଜିଲା ଠିକାଦାର ସଂଘ ର ଆନ୍ଦୋଳନ
ସମୟ ଲାଇଭ,17/11(ରାଜ ଗୁପ୍ତା): ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଆହ୍ୱାନକ୍ରମେ ଜିଲ୍ଲାରେ ଚଳିତ ପହିଲାରୁ ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁରହିଛି । ତେବେ ଗତକାଲି ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରେ ନିର୍ମିତ ରାସ୍ତା ପରିଦର୍ଶନ କରିବା ନିମନ୍ତେ ଷ୍ଟେଟ କ୍ବାଲିଟି ମନିଟର ଟିମର ସଦସ୍ୟ ବାରିପଦା ଆସିଥିଲେ । ଏହି ଖବର ପାଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ଠିକାଦାର ସଙ୍ଘ ର କର୍ମକର୍ତ୍ତା ମାନେ ଉକ୍ତ ଟିମ କୁ […]
ସମୟ ଲାଇଭ,17/11(ରାଜ ଗୁପ୍ତା): ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଆହ୍ୱାନକ୍ରମେ ଜିଲ୍ଲାରେ ଚଳିତ ପହିଲାରୁ ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁରହିଛି । ତେବେ ଗତକାଲି ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରେ ନିର୍ମିତ ରାସ୍ତା ପରିଦର୍ଶନ କରିବା ନିମନ୍ତେ ଷ୍ଟେଟ କ୍ବାଲିଟି ମନିଟର ଟିମର ସଦସ୍ୟ ବାରିପଦା ଆସିଥିଲେ । ଏହି ଖବର ପାଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ଠିକାଦାର ସଙ୍ଘ ର କର୍ମକର୍ତ୍ତା ମାନେ ଉକ୍ତ ଟିମ କୁ ଫେରିଯିବା ନିମନ୍ତେ ଅନୁରୋଧ କରିଥିଲେ । ତେଣୁ ଅଧାରୁ ଫେରି ଯାଇଥିଲା ଉକ୍ତ ଟିମ । ମାତ୍ର ପରେ ଓଡିଶା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ର ମୁଖ୍ୟଯନ୍ତ୍ରୀ ଚନ୍ଦ୍ର ମଉଳି ପଟ୍ଟନାୟକ ଙ୍କ କାର୍ଯ୍ୟାଳୟ ପକ୍ଷରୁ ବେଆଇନ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇ ରାସ୍ତା ପରିଦର୍ଶନରେ ଯାଇଥିବା ଟିମ କାର୍ଯ୍ୟରେ ପହଞ୍ଚାଇ ଥିବାରୁ ଅଭିଯୁକ୍ତ ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତଥା ଥାନ ରେ ମାମଲା ରୁଜୁ କରିବାକୁ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ କୁ ଏକ ନିର୍ଦେଶନାମା ଜାରି କରାଯାଇଥିଲା । ପତ୍ରରେ ଅଭିଯୁକ୍ତ ଶବ୍ଦ ଵ୍ୟଵହାର କରିବାକୁ ନେଇ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଜରିରଖିଥିବା ଠିକାଦାର ସଂଘ ତୀଵ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏହାର ପ୍ରତିବାଦ ରେ ଆଜି ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ପିଏମଜିଏସୱାଇ ମୁଖ୍ୟଯନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।




