ଡେଟିଂ ଆପର ଡାର୍ଟି ମାଡାମ
ଭୁବନେଶ୍ୱର: ପ୍ରଥମେ ଡେଟିଂ ଆପ୍ପରେ ଚାଟିଙ୍ଗ, ତାପରେ କଫି ସପରେ ଦେଖା ସାକ୍ଷାତ, ତା ପରେ ପ୍ରେମ ଆଉ ସେକ୍ସ ଶେଷରେ ଧୋକ୍କାବାଜିର ଜଘନ୍ୟ ଖେଳ। ଏପରି ଖେଳରେ ଫସିଛନ୍ତି ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ବ୍ୟାଙ୍କର ଅଧିକାରୀ। ଡେଟିଂ ଆପ୍ ‘ଟିଣ୍ଡର’ ଜରିଆରେ ଜାଲ ବିଛାଇଥିଲେ ରାଜଧାନୀର ଏକ ଘରୋଇ କଲେଜରେ ପଢାଉଥିବା ଜଣେ ଯୁବତୀ। ଜାନୁଆରୀ ୨ ତାରିଖରେ ‘ଟିଣ୍ଡର’ ଆପ୍ ଜରିଆରେ ଉଭୟେ ନିକଟତର ହୋଇଥିଲେ। ପ୍ରଥମେ ଚାର୍ଟି ମାଧ୍ୟମରେ ବାର୍ତ୍ତାଳାପ ହୋଇଥିଲେ। […]
ଭୁବନେଶ୍ୱର: ପ୍ରଥମେ ଡେଟିଂ ଆପ୍ପରେ ଚାଟିଙ୍ଗ, ତାପରେ କଫି ସପରେ ଦେଖା ସାକ୍ଷାତ, ତା ପରେ ପ୍ରେମ ଆଉ ସେକ୍ସ ଶେଷରେ ଧୋକ୍କାବାଜିର ଜଘନ୍ୟ ଖେଳ। ଏପରି ଖେଳରେ ଫସିଛନ୍ତି ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ବ୍ୟାଙ୍କର ଅଧିକାରୀ। ଡେଟିଂ ଆପ୍ ‘ଟିଣ୍ଡର’ ଜରିଆରେ ଜାଲ ବିଛାଇଥିଲେ ରାଜଧାନୀର ଏକ ଘରୋଇ କଲେଜରେ ପଢାଉଥିବା ଜଣେ ଯୁବତୀ।
ଜାନୁଆରୀ ୨ ତାରିଖରେ ‘ଟିଣ୍ଡର’ ଆପ୍ ଜରିଆରେ ଉଭୟେ ନିକଟତର ହୋଇଥିଲେ। ପ୍ରଥମେ ଚାର୍ଟି ମାଧ୍ୟମରେ ବାର୍ତ୍ତାଳାପ ହୋଇଥିଲେ। ପରେ ଅର୍ଥାତ ଜାନୁଆରୀ ୩ ତାରିଖରେ ଉଭୟ ଚା’ ପିଇବା ବାହାନାରେ ଦେଖା ହୋଇଥିଲେ। ଆଉ ତା’ପରେ ଆରମ୍ଭ ହୋଇଥିଲା ପ୍ରେମର ବାର୍ତ୍ତାଳାପ। ତେବେ ଜାନୁଆରୀ ୪ ତାରିଖରେ ସଂପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ରୁମ୍ରେ ମଦ୍ୟପାନର ଆସର ସହ ଉଭୟଙ୍କ ମଧ୍ୟରେ ହୋଇଯାଏ ଶାରୀରିକ ସମ୍ପର୍କ। ଏହାର ଭିଡିଓ ସୁଟିଂ ଯୁବତୀ ଜଣକ କରିଥିବା ଅଭିଯୋଗ ହୋଇଥିଲା।
ତେବେ ସଂପୃକ୍ତ ବ୍ୟାଙ୍କ ଅଧିକାରୀଙ୍କ କହିବା ଅନୁସାରେ, ମୁଣ୍ଡ ବୁଲାଉଥିବା କହିବାରୁ ସଂପୃକ୍ତ ଯୁବତୀଙ୍କୁ ଜାନୁଆରୀ ୮ ତାରିଖରେ ବାଇକ୍ ବସାଇ ମେଡ଼ିକାଲ୍ ନେଉଥିଲେ ସେ। କିନ୍ତୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ କେତେକ ଯୁବକ ବ୍ୟାଙ୍କ କର୍ମଚାରୀଙ୍କୁ ଅଟକାଇବା ସହ ଲୁଟ୍ପାଟ୍ କରିଥିଲେ। ଏହାପରେ ଅପହରଣ କରି ନେଇ ନିକଟସ୍ଥ ଏକ ଅଜଣା ଘରେ ରଖିଥିଲେ। ସେଠାରେ ସଂପୃକ୍ତ ଯୁବତୀଙ୍କ ସହ ମିଶି ଯୁବକମାନେ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ଫସାଇଦେବାକୁ ଧମକ ଦେଇଥିଲେ। ଆଉ ସେମାନଙ୍କ କଥାରେ ରାଜି ହୋଇ ଘରକୁ ଆସିବା ପରଠାରୁ ତାଙ୍କ ଆକାଉଣ୍ଟରୁ କ୍ରମାଗତ ଭାବେ ଗାୟବ ହେବାରେ ଲାଗିଥିଲା ଟଙ୍କା। ଶେଷରେ ଆଜି ବ୍ୟାଙ୍କ ଅଧିକାରୀ ଜଣକ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ।
ସେପଟେ ପାଲଟା ଅଭିଯୋଗ ଆଣି ସଂପୃକ୍ତ ଯୁବତୀ କହିଛନ୍ତି, ବିନା ସହମତିରେ ତାଙ୍କୁ ମଦ ପିଆଇବା ସହ ଶାରୀରିକ ସମ୍ପର୍କ ରଖିଛନ୍ତି ବ୍ୟାଙ୍କ କର୍ମଚାରୀ। ଏପରିକି ଭିଡ଼ିଓ ମଧ୍ୟ ସୁଟ୍ କରିଥିବା ଅଭିଯୋଗ ଆଣିଛନ୍ତି। ଦୁଇ ପକ୍ଷଙ୍କ ଅଭିଯୋଗ ଆଧାରରେ ପୁଲିସ ଉଭୟଙ୍କୁ ଧରିଛି। ତା’ସହ ୪ ଜଣ ଯୁବକଙ୍କୁ ଗିରଫ କରିଛି।




