ଚାଲିଚାଲି କେରଳରୁ ମକ୍କା, ୩୭୦ ଦିନରେ ୮୬୦୦ କିମି ଯାତ୍ରା
ନୂଆଦିଲ୍ଲୀ : କେରଳର ଜଣେ ବ୍ୟକ୍ତି ଚାଲିଚାଲି କେରଳରୁ ମକ୍କା ପହଞ୍ଚିଛନ୍ତି। ସିହାବ ଛୋଟ୍ଟୁର ହାଜ୍ ଯାତ୍ରା ପାଇଁ ତାଙ୍କ ନିଜ ରାଜ୍ୟରୁ ଚାଲିବା ଆରମ୍ଭ କଲେ। ୩୭୦ ଦିନରେ ସେ ୮,୬୪୦ କିମି ଅତିକ୍ରମ କଲେ। ଏହି ସମୟରେ ସେ ପାକିସ୍ତାନ, ଇରାନ, ଇରାକ, କୁଏତ, ଏବଂ ପରିଶେଷରେ ସାଉଦି ଆରବରେ ପହଞ୍ଚିଲେ। କେରଳର ମଲପ୍ପୁରମ ଜିଲ୍ଲାର ଭାଲାନଚେରି ବାସିନ୍ଦା ସିହାବ ଗତବର୍ଷ ଜୁନ୍ ୨ ତାରିଖରେ ସାଉଦି ଆରବକୁ ତାଙ୍କର ମାରାଥନ ଟ୍ରେକ୍ ଆରମ୍ଭ […]
ନୂଆଦିଲ୍ଲୀ : କେରଳର ଜଣେ ବ୍ୟକ୍ତି ଚାଲିଚାଲି କେରଳରୁ ମକ୍କା ପହଞ୍ଚିଛନ୍ତି। ସିହାବ ଛୋଟ୍ଟୁର ହାଜ୍ ଯାତ୍ରା ପାଇଁ ତାଙ୍କ ନିଜ ରାଜ୍ୟରୁ ଚାଲିବା ଆରମ୍ଭ କଲେ। ୩୭୦ ଦିନରେ ସେ ୮,୬୪୦ କିମି ଅତିକ୍ରମ କଲେ। ଏହି ସମୟରେ ସେ ପାକିସ୍ତାନ, ଇରାନ, ଇରାକ, କୁଏତ, ଏବଂ ପରିଶେଷରେ ସାଉଦି ଆରବରେ ପହଞ୍ଚିଲେ। କେରଳର ମଲପ୍ପୁରମ ଜିଲ୍ଲାର ଭାଲାନଚେରି ବାସିନ୍ଦା ସିହାବ ଗତବର୍ଷ ଜୁନ୍ ୨ ତାରିଖରେ ସାଉଦି ଆରବକୁ ତାଙ୍କର ମାରାଥନ ଟ୍ରେକ୍ ଆରମ୍ଭ କରିଥିଲେ। ଚଳିତ ମାସରେ ସେ ମକ୍କା ପହଞ୍ଚିଛନ୍ତି। ଚଳିତ ବର୍ଷ ମେ’ ଦ୍ବି୍ତୀୟ ସପ୍ତାହରେ ସିହାବ ସାଉଦି ଆରବ ସୀମା ଅତିକ୍ରମ କଲେ। ସାଉଦି ଆରବରେ ପହଞ୍ଚିବାପରେ ସିହାବ ମେଦିନା ଗଲେ। ଏହାପରେ ସେ ମକ୍କା ଗଲେ। କିନ୍ତୁ ମକ୍କା ଯିବା ପୂର୍ବରୁ ସେ ମେଦିନାରେ ୨୧ ଦିନ ରହିଲେ। ସିହାବ ମାତ୍ର ୯ ଦିନରେ ୪୪୦ କିମି ଅତିକ୍ରମ କରି ମେଦିନାରୁ ମକ୍କା ପହଞ୍ଚିଗଲେ। ନିଜର ୟୁଟୁବ ଚ୍ୟାନେଲ ପରିଚାଳନା କରୁଥିବା କେରଳ ଯୁବକ ସିହାବ ତାଙ୍କ ଦର୍ଶକମାନଙ୍କୁ ନିୟମିତ ତାଙ୍କ ଯାତ୍ରାର ଅପଡେଟ୍ ଦେଉଥିଲେ। ସିହାବ ଦେଶରେ ବିଭିନ୍ନ ରାଜ୍ୟ ଅତିକ୍ରମ କଲେ ଏବଂ ସେ ୱାଘା ସୀମାରେ ପହଞ୍ଚିଲେ। ଏଠାରୁ ସେ ପାକିସ୍ତାନ ସୀମାରେ ଅତିକ୍ରମ କରିବାକୁ ଚାହିଥିଲେ। କିନ୍ତୁ ଏହିଠାରେ ହିଁ ତାଙ୍କୁ ପ୍ରଥମ ସମସ୍ୟା ସାମ୍ନା କରିବାକୁ ପଡ଼ିଥିଲା। ପାକିସ୍ତାନର ଆପ୍ରବାସ କର୍ମଚାରୀ ତାଙ୍କୁ ଅଟକାଇଥିଲେ। କାରଣ ତାଙ୍କ ପାଖରେ ଭିସା ନଥିଲା। ଏହାପରେ ସେ ୱାଘାରେ ଏକ ସ୍କୁଲ୍ରେ ପ୍ରାୟ ଅନେକ ମାସ ରହିଲେ। ପରିଶେଷରେ ଫେବୃଆରି ୨୦୨୩ରେ ସେ ଟ୍ରାନଜିଟ୍ ଭିସା ଠିକ୍ କଲେ ଏବଂ ସାଉଦି ଆରବ ଯିବାପାଇଁ ପାକିସ୍ତାନରେ ପ୍ରବେଶ କଲେ। ୪ ମାସ ପରେ ସିହାବ ତାଙ୍କ ହାଜ୍ ତୀର୍ଥଯାତ୍ରା ପାଇଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ।




