କେନ୍ଦ୍ର ସରକାରଙ୍କ ବିରୋଧରେ ୨ ଦିନିଆ ଧାରଣା ଆରମ୍ଭ କଲେ ମମତା

କୋଲକାତା, ୨୯/୩ :ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା‌ ବାନାର୍ଜୀ ଆଜିଠାରୁ ‌କୋଲକାତାରେ ୨ ଦିନିଆ ଧାରଣା ଆରମ୍ଭ କରିଛନ୍ତି। ରାଜ୍ୟ ବିରୋଧରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଭେଦଭାବପୂର୍ଣ୍ଣ ଆଚରଣ ପାଇଁ ମମତା ଏହି ଧାରଣା ଆରମ୍ଭ କରିଛନ୍ତି। ମମତାଙ୍କ ସହ ବରିଷ୍ଠ ନେତା ଫିରହାଦ ହକିମ, ଅରୁପ ବିଶ୍ବାସ, ସୁବ୍ରତ ବକଶି ଏବଂ ସୋଭନଦେବ ଚଟ୍ଟୋପାଧ୍ୟାୟ ଓ ଅନ୍ୟମାନେ ସାମିଲ ହୋଇଛନ୍ତି। ରେଡ୍‌ ରୋଡ୍‌ ନିକଟରେ ଡକ୍ଟର ବି ଆର୍‌ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଆଜି ମମତା […]

Samaya Live Picture
Published On

କୋଲକାତା, ୨୯/୩ :ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା‌ ବାନାର୍ଜୀ ଆଜିଠାରୁ ‌କୋଲକାତାରେ ୨ ଦିନିଆ ଧାରଣା ଆରମ୍ଭ କରିଛନ୍ତି। ରାଜ୍ୟ ବିରୋଧରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଭେଦଭାବପୂର୍ଣ୍ଣ ଆଚରଣ ପାଇଁ ମମତା ଏହି ଧାରଣା ଆରମ୍ଭ କରିଛନ୍ତି। ମମତାଙ୍କ ସହ ବରିଷ୍ଠ ନେତା ଫିରହାଦ ହକିମ, ଅରୁପ ବିଶ୍ବାସ, ସୁବ୍ରତ ବକଶି ଏବଂ ସୋଭନଦେବ ଚଟ୍ଟୋପାଧ୍ୟାୟ ଓ ଅନ୍ୟମାନେ ସାମିଲ ହୋଇଛନ୍ତି। ରେଡ୍‌ ରୋଡ୍‌ ନିକଟରେ ଡକ୍ଟର ବି ଆର୍‌ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଆଜି ମମତା ଏବଂ ଅନ୍ୟମାନେ ଧାରଣାରେ ବସିଛନ୍ତି। ମନରେଗା ଏବଂ ଅନ୍ୟାନ୍ୟ ଯୋଜନା ପାଇଁ କେନ୍ଦ୍ର ପଶ୍ଚିମବଙ୍ଗକୁ ପାଣ୍ଠି ଦେଉନଥିବା ଅଭିଯୋଗରେ ମମତା ଏହି ଧାରଣା ଆରମ୍ଭ କରିଛନ୍ତି। ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣା‌ ଚାଲିବ। କେନ୍ଦ୍ର ସରକାର ମନରେଗା ଏବଂ ଇନ୍ଦିରା ଆବାସ ଯୋଜନା ଅଧୀନରେ ପଶ୍ଚିମବଙ୍ଗକୁ ପାଣ୍ଠି ବନ୍ଦ କରିଦେଇଛନ୍ତି ବୋଲି ମମତା କହିଛନ୍ତି।

Tags: