କାନାଡ଼ା ହାଇ କମିସନରଙ୍କୁ ସମନ୍ କଲା ଭାରତ

ନୂଆଦିଲ୍ଲୀ, ୨୬/୩ : ଭାରତ ସରକାର ଆଜି କାନାଡା ହାଇ କମିସନରଙ୍କୁ ସମନ୍‌ କରିଛନ୍ତି। କାନାଡ଼ାରେ ନିକଟ‌ରେ ଭାରତୀୟ ଦୂତାବାସ ଉପରେ ହୋଇଥିବା ଖଲିସ୍ତାନୀ ଆକ୍ରମଣ ଘଟଣାକୁ ଭାରତ ତୀବ୍ର ନିନ୍ଦା କରିଛି। କାନାଡ଼ାଠାରୁ ଉକ୍ତ ଘଟଣାରେ ଭାରତ ସରକାର ଜବାବ ମାଗିଛନ୍ତି। ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଭାରତୀୟ ଦୂତାବାସରେ ଆଉ କେତେ ଆନ୍ଦୋଳନକୁ ଅନୁମତି ଦିଆ‌ଯିବ ବୋଲି ଭାରତ ସରକାର ପ୍ରଶ୍ନ କରିଛନ୍ତି। କେନ୍ଦ୍ର ବିଦେଶ ମନ୍ତ୍ରାଳୟ ଆଜି ଏନେଇ ଏକ ବିବୃତି ଜାରି […]

Samaya Live Picture
Published On

ନୂଆଦିଲ୍ଲୀ, ୨୬/୩ : ଭାରତ ସରକାର ଆଜି କାନାଡା ହାଇ କମିସନରଙ୍କୁ ସମନ୍‌ କରିଛନ୍ତି। କାନାଡ଼ାରେ ନିକଟ‌ରେ ଭାରତୀୟ ଦୂତାବାସ ଉପରେ ହୋଇଥିବା ଖଲିସ୍ତାନୀ ଆକ୍ରମଣ ଘଟଣାକୁ ଭାରତ ତୀବ୍ର ନିନ୍ଦା କରିଛି। କାନାଡ଼ାଠାରୁ ଉକ୍ତ ଘଟଣାରେ ଭାରତ ସରକାର ଜବାବ ମାଗିଛନ୍ତି। ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଭାରତୀୟ ଦୂତାବାସରେ ଆଉ କେତେ ଆନ୍ଦୋଳନକୁ ଅନୁମତି ଦିଆ‌ଯିବ ବୋଲି ଭାରତ ସରକାର ପ୍ରଶ୍ନ କରିଛନ୍ତି। କେନ୍ଦ୍ର ବିଦେଶ ମନ୍ତ୍ରାଳୟ ଆଜି ଏନେଇ ଏକ ବିବୃତି ଜାରି କରିଛନ୍ତି। କାନାଡା ସ୍ଥିତ ଭାରତୀୟ ଦୂତାବାସରେ ଭାରତର ଦୂତାବାସ କର୍ମଚାରୀମାନେ ସ୍ବାଭାବିକ କାର୍ଯ୍ୟ କରିବାପାଇଁ କାନାଡ଼ା ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାପାଇଁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଉଲଲ୍ଲେଖଯୋଗ୍ୟ ‌ଯେ କାନାଡ଼ାରେ ଖଲିସ୍ତାନୀ ସମର୍ଥକଙ୍କ ଦ୍ବାରା ଭାରତ ବିରୋଧୀ କାର୍ଯ୍ୟକ୍ରମ ବଢ଼ୁଛି। ଭାରତୀୟଙ୍କ ବିରୋଧରେ ଘୃଣା ଭା‌ଷଣ ପାଇଁ ଗତ ସେପ୍ଟେମ୍ବରରେ ବିଦେଶ ମନ୍ତ୍ରାଳୟ ଏକ ବିବୃତି ଜାରି କରି ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଥିଲେ।

Tags: