କର୍ଣ୍ଣାଟକ ନିର୍ବା‌ଚନ ପାଇଁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ, ୨୫/୩ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ’‌ରେ ଭୋଟ୍‌ ଗ୍ରହଣ ହେବ। କଂଗ୍ରେସ ଆଜି ପ୍ରଥମ ପର୍ଯ୍ୟା‌ୟରେ ୧୨୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟ ତାଲିକାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ସ୍ଥାନ ପାଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା […]

Samaya Live Picture
Published On

ନୂଆଦିଲ୍ଲୀ, ୨୫/୩ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ’‌ରେ ଭୋଟ୍‌ ଗ୍ରହଣ ହେବ। କଂଗ୍ରେସ ଆଜି ପ୍ରଥମ ପର୍ଯ୍ୟା‌ୟରେ ୧୨୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟ ତାଲିକାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ସ୍ଥାନ ପାଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଦରମେୟା ଏବେ ବାଗଲକୋଟ ଜିଲ୍ଲାର ବାଦାମୀ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରୁଛନ୍ତି। କିନ୍ତୁ ଆଗାମୀ ନିର୍ବାଚନ‌ରେ ସିଦ୍ଦରମେୟା ବରୁଣାରୁ ନିର୍ବାଚନ ଲଢ଼ିବେ। ମହୀଶୁରର ବରୁଣାରୁ ଏବେ ସିଦ୍ଦରମେୟାଙ୍କ ପୁଅ ୟଥିନ୍ଦ୍ର ସିଦ୍ଦରମେୟା ପ୍ରତିନିଧିତ୍ବ କରୁଥିବାବେଳେ ଆଗାମୀ ନିର୍ବାଚନ ପାଇଁ ଦଳ ଏହି ଆସନରୁ ସିଦ୍ଦରମେୟାଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷେ ଡିକେ ଶିବକୁମାର କନକପୁରା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ। ଶିବକୁମାର ଏବେ କନକପୁରା‌‌ରେ ବିଧାୟକ ଅଛନ୍ତି। ଅନ୍ୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ ଚିତାପୁର ଆସନରୁ ଲଢ଼ିବେ। ଏମ୍‌ବି ପାଟିଲ ଏବଂ ଦିନେଶ ଗୁଣ୍ଡୁରାଓଙ୍କୁ ବବଲେଶ୍ବର ଏବଂ ଗାନ୍ଧୀନଗରରୁ ଟିକେଟ୍‌ ମିଳିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ କେଏଚ ମୁନିୟାପ୍ପା ଦେବନହଲ୍ଲି ଆସନରୁ ନିର୍ବାଚନ ଲଢ଼ିବେ। ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନ ଖୁବ୍‌ଶୀଘ୍ର ତାରିଖ ଘୋଷଣା କରିବେ।

Tags: