ଓଡ଼ିଶା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ କେନ୍ଦ୍ରୀୟ ଟିମ ପଠାଇବ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ

ଭୁବନେଶ୍ୱର: ସେପ୍ଟେମ୍ବର ୦୧: ଓଡ଼ିଶା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମିଶାଇ ଚାରିଟି ରାଜ୍ୟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ନିୟୋଜିତ କରିବା ଲାଗି କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ନିଷ୍ପତ୍ତି ନେଇଛି । ଏସବୁ ରାଜ୍ୟରେ ହଠାତ କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ପାଇଛି ଏବଂ କେତେକ ରାଜ୍ୟରେ ମୃତ୍ୟୁହାର ଅଧିକ ରହିଛି। ଏହି କେନ୍ଦ୍ରୀୟ ଦଳ ଆବଦ୍ଧାଞ୍ଚଳ ନିରୀକ୍ଷଣ, ନମୁନା ପରୀକ୍ଷା ଏବଂ କୋଭିଡ ପଜିଟିଭ ମାମଲାଗୁଡ଼ିକର ଦକ୍ଷ ଚିକିତ୍ସା ପରିଚାଳନାକୁ ସୁଦୃଢ଼ କରିବା ଲାଗି ରାଜ୍ୟଗୁଡ଼ିକ ପକ୍ଷରୁ […]

Samaya Live Picture
Published On

ଭୁବନେଶ୍ୱର: ସେପ୍ଟେମ୍ବର ୦୧: ଓଡ଼ିଶା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମିଶାଇ ଚାରିଟି ରାଜ୍ୟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ନିୟୋଜିତ କରିବା ଲାଗି କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ନିଷ୍ପତ୍ତି ନେଇଛି । ଏସବୁ ରାଜ୍ୟରେ ହଠାତ କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ପାଇଛି ଏବଂ କେତେକ ରାଜ୍ୟରେ ମୃତ୍ୟୁହାର ଅଧିକ ରହିଛି।

ଏହି କେନ୍ଦ୍ରୀୟ ଦଳ ଆବଦ୍ଧାଞ୍ଚଳ ନିରୀକ୍ଷଣ, ନମୁନା ପରୀକ୍ଷା ଏବଂ କୋଭିଡ ପଜିଟିଭ ମାମଲାଗୁଡ଼ିକର ଦକ୍ଷ ଚିକିତ୍ସା ପରିଚାଳନାକୁ ସୁଦୃଢ଼ କରିବା ଲାଗି ରାଜ୍ୟଗୁଡ଼ିକ ପକ୍ଷରୁ ହେଉଥିବା ପ୍ରୟାସରେ ସହାୟତା କରିବେ । ଠିକଣା ସମୟରେ ରୋଗର ନିଦାନ ଓ ପରବର୍ତ୍ତୀ ପଦକ୍ଷେପ ସଂକ୍ରାନ୍ତୀୟ ଆହ୍ଵାନଗୁଡ଼ିକର ଦକ୍ଷତାପୂର୍ବକ ମୁକାବିଲା କ୍ଷେତ୍ରରେ ମଧ୍ୟ କେନ୍ଦ୍ରୀୟ ଦଳ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶନ କରିବେ।

ପ୍ରତ୍ୟେକ ବହୁକ୍ଷେତ୍ରୀୟ କେନ୍ଦ୍ରୀୟ ଦଳରେ ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ ଏବଂ  ଅନ୍ୟ ଜଣେ ଜନସ୍ଵାସ୍ଥ୍ୟ ବିଶେଷଜ୍ଞ ରହିବେ।

କୋଭିଡ ମୁକାବିଲା ନିମନ୍ତେ ଜାରି ରହିଥିବା ପ୍ରୟାସ କ୍ରମରେ କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜ୍ୟକୁ କେନ୍ଦ୍ରୀୟ ଟିମ ପଠାଉଛନ୍ତି। ଏହି କେନ୍ଦ୍ରୀୟ ଦଳ ରାଜ୍ୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ପ୍ରାରମ୍ଭିକ ପର୍ଯ୍ୟାୟରେ ଆହ୍ବାନଗୁଡ଼ିକୁ ଅନୁଧ୍ୟାନ କରୁଛନ୍ତି। ଏହାପରେ ସେଗୁଡ଼ିକୁ ମୁକାବିଲା କରିବା ଦିଗରେ ହେଉଥିବା ପ୍ରୟାସରେ ସହାୟତା ଯୋଗାଇ ଦେଉଛନ୍ତି ଏବଂ କିଛି ବାଧା ରହିଥିଲେ ସେଗୁଡ଼ିକୁ ଦୂର କରୁଛନ୍ତି।

 

Read on to find out what options you have. tadalafil Calcium is a mineral that’s crucial for many bodily processes.

Tags: