ଇମ୍ରାନଙ୍କ ୧୨୦ରୁ ଅଧିକ ସମର୍ଥକଙ୍କୁ ମୁକ୍ତ କରିବାକୁ ପାକିସ୍ତାନ କୋର୍ଟଙ୍କ ନିର୍ଦ୍ଦେଶ

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ୧୨୦ରୁ ଅଧିକ ସମର୍ଥକଙ୍କୁ ମୁକ୍ତ କରିବାକୁ ଆଜି ପାକିସ୍ତାନ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେ’ ୯ ତାରିଖରେ ଇମ୍ରାନଙ୍କ ଗିରଫ ପରେ ପାକିସ୍ତାନରେ ହୋଇଥିବା ହିଂସାକାଣ୍ଡ ପାଇଁ ଇମ୍ରାନଙ୍କର ୧୨୦ରୁ ଅଧିକ ସମର୍ଥକ ଗିରଫ ହୋଇଥିଲେ। ସେମାନଙ୍କୁ ପଂଜାବ ପ୍ରଦେଶର ବିଭିନ୍ନ ଜେଲ୍‌ରେ ରଖାଯାଇଛି। ଲାହୋର ହାଇକୋର୍ଟ ଆଜି ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇମ୍ରାନ ଖାନ୍‌ଙ୍କର ୧୨୩ ସମର୍ଥକଙ୍କୁ ଲାହୋର ହାଇକୋର୍ଟ ବିନା ବିଳମ୍ବରେ […]

Samaya Live Picture
Published On

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ୧୨୦ରୁ ଅଧିକ ସମର୍ଥକଙ୍କୁ ମୁକ୍ତ କରିବାକୁ ଆଜି ପାକିସ୍ତାନ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେ’ ୯ ତାରିଖରେ ଇମ୍ରାନଙ୍କ ଗିରଫ ପରେ ପାକିସ୍ତାନରେ ହୋଇଥିବା ହିଂସାକାଣ୍ଡ ପାଇଁ ଇମ୍ରାନଙ୍କର ୧୨୦ରୁ ଅଧିକ ସମର୍ଥକ ଗିରଫ ହୋଇଥିଲେ। ସେମାନଙ୍କୁ ପଂଜାବ ପ୍ରଦେଶର ବିଭିନ୍ନ ଜେଲ୍‌ରେ ରଖାଯାଇଛି। ଲାହୋର ହାଇକୋର୍ଟ ଆଜି ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇମ୍ରାନ ଖାନ୍‌ଙ୍କର ୧୨୩ ସମର୍ଥକଙ୍କୁ ଲାହୋର ହାଇକୋର୍ଟ ବିନା ବିଳମ୍ବରେ ମୁକ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ପିଟିଆଇ ନେତା ଫାରୁକ ହବିବଙ୍କ ଆବେଦନର ଶୁଣାଣି କରି ଆଜି ଲାହୋର ହାଇକୋର୍ଟ ବିଚାରପତି ଜଷ୍ଟିସ ଅନୱରୁଲ ହକ ଏହି ନିର୍ଦ୍ଦେଶ ଦେଇଛନ୍ତି।

Tags: