ଇଣ୍ଡିଗୋ ବିମାନରେ ଅଶୋଭନୀୟ ଆଚରଣ, ୨ ଯାତ୍ରୀ ଗିରଫ

ମୁମ୍ବାଇ, ୨୩/୩ : ପୁଣି ବିମାନରେ ଅଶୋଭନୀୟ ଆଚରଣ। ଦୁବାଇରୁ ମୁମ୍ବାଇ ଆସୁଥିବା ଏକ ଇଣ୍ଡିଗୋ ବିମାନରେ ଦୁଇ ଜଣ ଯାତ୍ରୀ ମଦ ପିଇ ପାଇଲଟଙ୍କ ସମେତ ଅନ୍ୟ ଯାତ୍ରୀମାନଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଛନ୍ତି। ସେମାନେ ବିମାନରେ ମଦ ପିଇବାସହ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଉଭୟ ଯାତ୍ରୀଙ୍କୁ ବୁଧବାର ମୁମ୍ବାଇରେ ଗିରଫ କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଉକ୍ତ ୨ […]

Samaya Live Picture
Published On

ମୁମ୍ବାଇ, ୨୩/୩ : ପୁଣି ବିମାନରେ ଅଶୋଭନୀୟ ଆଚରଣ। ଦୁବାଇରୁ ମୁମ୍ବାଇ ଆସୁଥିବା ଏକ ଇଣ୍ଡିଗୋ ବିମାନରେ ଦୁଇ ଜଣ ଯାତ୍ରୀ ମଦ ପିଇ ପାଇଲଟଙ୍କ ସମେତ ଅନ୍ୟ ଯାତ୍ରୀମାନଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଛନ୍ତି। ସେମାନେ ବିମାନରେ ମଦ ପିଇବାସହ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଉଭୟ ଯାତ୍ରୀଙ୍କୁ ବୁଧବାର ମୁମ୍ବାଇରେ ଗିରଫ କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଉକ୍ତ ୨ ଯାତ୍ରୀ ଗଲ୍ଫରୁ ଫେରୁଥିଲେ। ଏହି ପ୍ରସଙ୍ଗରେ ଏୟାର ଇଣ୍ଡିଗୋ ପକ୍ଷରୁ ଏକ ଅଭିଯୋଗ ହେବାପରେ ଉଭୟ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ସେମାନଙ୍କୁ ଗିରଫ କରାଯାଇଛି। ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ଦତ୍ତତ୍ରେୟ ବପରଦେକର ଏବଂ ଜର୍ଜ‌୍ ଡି ସୌଜା। ଆଇପିସିର ଧାରା ୩୩୬ ଅଧୀନରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେମାନେ ୬ଇ୧୦୮୮ ବିମାନରେ ଦୁବାଇରୁ ମୁମ୍ବାଇକୁ ଫେରୁଥିଲେ। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷର ଏହା ସପ୍ତମ ଘଟଣା। ପୂର୍ବରୁ ୬ ଥର ବିମାନରେ ଅଶୋଭନୀୟ ଆଚରଣ ପାଇଁ ମାମଲା ରୁଜୁ ହୋଇଛି।