ଆମେ ଆଇନଗତ ଏବଂ ରାଜନୈତିକ ଭାବେ ଏହି ଯୁଦ୍ଧ ଲଢ଼ିବୁ : କଂଗ୍ରେସ

ନୂଆଦିଲ୍ଲୀ, ୨୪/୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବାପରେ କଂଗ୍ରେସ ଏହାର ତୀବ୍ର ବିରୋଧ କରିଛି। ଉଭୟ ଆଇନଗତ ଏବଂ ରାଜନୈତିକ ଭାବେ କଂଗ୍ରେସ ଏହି ଯୁଦ୍ଧ ଲଢ଼ିବ ବୋଲି କହିଛି। କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ ଏକ ଟ୍ବିଟ୍‌ କରି କହିଛନ୍ତି, ଆମକୁ ଭୟଭୀତ କରାଯାଇପାରିବନି କି ଚୁପ୍ କରାଯାଇପାରିବନି। ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ଆଦାନୀ ମହାମେଗା ଦୁର୍ନୀତି ମାମଲାରେ ଜେପିସି ତଦନ୍ତ ହେବା ପରିବର୍ତ୍ତେ ରାହୁଲଙ୍କୁ ଅଯୋଗ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ, ୨୪/୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବାପରେ କଂଗ୍ରେସ ଏହାର ତୀବ୍ର ବିରୋଧ କରିଛି। ଉଭୟ ଆଇନଗତ ଏବଂ ରାଜନୈତିକ ଭାବେ କଂଗ୍ରେସ ଏହି ଯୁଦ୍ଧ ଲଢ଼ିବ ବୋଲି କହିଛି। କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ ଏକ ଟ୍ବିଟ୍‌ କରି କହିଛନ୍ତି, ଆମକୁ ଭୟଭୀତ କରାଯାଇପାରିବନି କି ଚୁପ୍ କରାଯାଇପାରିବନି। ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ଆଦାନୀ ମହାମେଗା ଦୁର୍ନୀତି ମାମଲାରେ ଜେପିସି ତଦନ୍ତ ହେବା ପରିବର୍ତ୍ତେ ରାହୁଲଙ୍କୁ ଅଯୋଗ୍ୟ ଘୋଷଣା କରାଯାଉଛି। ଭାରତୀୟ ଗଣତନ୍ତ୍ର ଓମ୍‌ ଶାନ୍ତି ବୋଲି ର‌ମେଶ ଟ୍ବିଟ୍‌ କରିଛନ୍ତି। ତେବେ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ସମର୍ଥନ କରି ‌କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ର ମନ୍ତ୍ରୀ ଏସପିଏସ୍‌ ବାଘେଲ କହିଛନ୍ତି, ଏହା ନ୍ୟାୟସଙ୍ଗତ। ଆଇନ ଦୃଷ୍ଟିରେ ସମସ୍ତେ ସମାନ। ନିକଟରେ ଜଣେ ବିଜେପି ବିଧାୟକ ଏକ ଅପରାଧିକ ମାମଲାରେ ‌ଦୋଷୀସାବ୍ୟସ୍ତ ହେବାପରେ ଉତ୍ତରପ୍ରଦେଶରେ ତାଙ୍କ ବିଧାୟକ ପଦ ରଦ୍ଦ ହୋଇଥିଲା ବୋଲି ମନ୍ତ୍ରୀ କହିଛନ୍ତି।

Tags: