ଅପରିଷ୍କାର ଘେରରେ ବାରିପଦା ସହର

ସମୟ ଲାଇଭ, ୧୯/୩ (ରାଜ ଗୁପ୍ତା) : ଅପରିଷ୍କାର ଘେରରେ ବାରିପଦା ପୌର ପରିଷଦ | ଅଂଚଳର ଗୋଟିଏ କି ଦୁଇଟି ୱାର୍ଡ ନୁହେଁ ସହରର ସମସ୍ତ ୱାର୍ଡ ଅବସ୍ଥା ଅପରସ୍କାର | ଦୀର୍ଘ ଦିନ ଧରି ଏଭଳି ଅପରିଷ୍କାର ଭିତରେ ଗତି କରୁଛି ବାରିପଦା ସହର। ବାରିପଦା ପୋୖର ସବୁ ସମୟରେ ‘ଆମେ ସୁରକ୍ଷିତ, ଆମ ପରିବେଶ ସୁରକ୍ଷିତ’ ଡୁଙ୍ଗୁରା ପିଟୁଥିବା ବେଳେ ଏହାର ଚିତ୍ର କିନ୍ତୁ ଅଲଗା | ନିଜ ପୋୖର କାର୍ଯ୍ୟଳୟକୁ ପରିସ୍କାର […]

Samaya Live Picture
Published On

ସମୟ ଲାଇଭ, ୧୯/୩ (ରାଜ ଗୁପ୍ତା) : ଅପରିଷ୍କାର ଘେରରେ ବାରିପଦା ପୌର ପରିଷଦ | ଅଂଚଳର ଗୋଟିଏ କି ଦୁଇଟି ୱାର୍ଡ ନୁହେଁ ସହରର ସମସ୍ତ ୱାର୍ଡ ଅବସ୍ଥା ଅପରସ୍କାର | ଦୀର୍ଘ ଦିନ ଧରି ଏଭଳି ଅପରିଷ୍କାର ଭିତରେ ଗତି କରୁଛି ବାରିପଦା ସହର। ବାରିପଦା ପୋୖର ସବୁ ସମୟରେ ‘ଆମେ ସୁରକ୍ଷିତ, ଆମ ପରିବେଶ ସୁରକ୍ଷିତ’ ଡୁଙ୍ଗୁରା ପିଟୁଥିବା ବେଳେ ଏହାର ଚିତ୍ର କିନ୍ତୁ ଅଲଗା | ନିଜ ପୋୖର କାର୍ଯ୍ୟଳୟକୁ ପରିସ୍କାର ରଖି ସହରକୁ ସଫେଇରେ ଅଣଦେଖା କରିଆସୁଛି ବାରିପଦା ପୋୖର। ସଫେଇ କର୍ମୀ ନିଜ ସୁରକ୍ଷା ପାଇଁ ଓ ସଫେଇ କାର୍ଯ୍ୟ କରିବାପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଉଛନ୍ତି | ସଫେଇ ଠିକ ଭାବରେ ନ କରିବାରୁ ସଫେଇ କର୍ମୀଙ୍କୁ ମାଡ଼ ମାରିବାର ଅଭିଯୋଗ କରିଛନ୍ତି ସଫେଇ କର୍ମୀ। ବାରିପଦା ପୌରର ନିର୍ବାହୀ ଅଧିକାରଙ୍କ ବଦଳି ପାଇଁ ଦାବି ରଖିଛନ୍ତି ସଫେଇ କର୍ମୀ। ଅନ୍ୟ ପଟେ ପୂର୍ବରୁ ଥିବା ଉପନଗଳପାଳ ଜିତେନ୍ଦ୍ର ମହାନ୍ତିଙ୍କ କହିବା ଅନୁସାରେ, ପ୍ରାୟ ଏକ ବର୍ଷ ରୁ ଉର୍ଦ୍ଧ୍ ହେବ ପୋୖର ପରିଷଦ ବୋର୍ଡ ଭାଙ୍ଗିଯାଇଛି | ଯେଉଁଥିପାଇଁ ଠିକ ଭାବରେ କାର୍ଯ୍ୟ କରୁନାହାନ୍ତି ବାରିପଦା ପୋୖର ନିର୍ବାହୀ ଅଧିକାରୀ | ତେଣୁ ଆଜି ଏଭଳି ଅସୁବିଧା ଦେଇ ଗତି କରୁଛି ବାରିପଦା ସହର । ସେହିପରି ନିଜ ଦୋଷକୁ ଘୁଡାଇବା ପାଇଁ ସବୁସମୟରେ ବିଭନ୍ନ ମିଛ ପତିକ୍ରିୟା ଦେଇଚାଲିଛନ୍ତି ପୋୖର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାସ | ସଫେଇ କାର୍ୟ୍ଯ କରିବା ପାଇଁ ଆମେ ଟେଣ୍ଡର ଦେଇଛେ, କଣ କାର୍ୟ୍ଯ କରୁଛି ନ କରୁଛି ସେ କଥା ବୁଝିବ ନାହିଁ ବାରିପଦା ପୋୖର | ଏଭଳି ଅଭିଯୋଗ ତାଙ୍କ ନଜରକୁ ଆସିନାହିଁ ବୋଲି କହି ଏଡାଇ ଯାଇଛନ୍ତି ନିର୍ବାହୀ ଅଧିକାରୀ ଶ୍ରୀ ଦାସ।

Tags: