ରାଜଧାନୀ ଉପକଣ୍ଠରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଅଟଳା ଅଞ୍ଚଳରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତଦେହ ଟି ଏକ ଗାମୁଛା ସାହାଯ୍ୟରେ ଝୁଲୁ ଥିବାବେଳେ ମୃତକଙ୍କ ପାଦ ଭୁଇଁରେ ଲାଗିଥିବା ଦେଖା ଯାଇଛି । ତେବେ ଯୁବକଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ସନ୍ଦେହକରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପାହାଳ ପୁଲିସ ସରଜମିନ ତଦନ୍ତ ଆରମ୍ଭ କରିଛି । ମୃତକ ହେଉଛନ୍ତି ଭଦ୍ରକ ଛାବରଙ୍ଗ ଅଞ୍ଚଳର ଭାଲୁଆ । ଅଟଳା ଅଂଚଳରେ ଥିବା ଏକ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଅଟଳା ଅଞ୍ଚଳରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତଦେହ ଟି ଏକ ଗାମୁଛା ସାହାଯ୍ୟରେ ଝୁଲୁ ଥିବାବେଳେ ମୃତକଙ୍କ ପାଦ ଭୁଇଁରେ ଲାଗିଥିବା ଦେଖା ଯାଇଛି । ତେବେ ଯୁବକଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ସନ୍ଦେହକରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପାହାଳ ପୁଲିସ ସରଜମିନ ତଦନ୍ତ ଆରମ୍ଭ କରିଛି ।

ମୃତକ ହେଉଛନ୍ତି ଭଦ୍ରକ ଛାବରଙ୍ଗ ଅଞ୍ଚଳର ଭାଲୁଆ । ଅଟଳା ଅଂଚଳରେ ଥିବା ଏକ ଗ୍ୟାସ ଦୋକାନରେ ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ କେଉଁ ପରିସ୍ଥିତରେ ତାଙ୍କର ମୃତ୍ୟୁ ଘଟିଲା ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

Tags: