ଯୁବକଙ୍କୁ ପଥରରେ ଛେଚି ହତ୍ୟା
ଭୁବନେଶ୍ୱର : ରାଜଧାନୀରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା । ଚନ୍ଦ୍ରଶେଖରପୁର ଇନଫୋସିଟି ଥାନା ଅଞ୍ଚଳରେ ଘଟିଛି ଏଭଳି ଅମାନୁଷିକ ହତ୍ୟାକାଣ୍ଡ । ଚନ୍ଦ୍ରଶେଖରପୁର ପାୱାର ଗ୍ରୀଡ୍ ପଛପଟ ନ୍ୟୁ ମେଫେୟାର ସମ୍ମୁଖ ଡ୍ରେନ୍ କଡ଼ରୁ ଯୁବକଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ମୁଣ୍ଡ ପାଖରେ ଦୁଇଟି ରକ୍ତ ଲଗା ପଥର ପଡିଥିବାର ଦେଖାଯାଇଥିଲା । ମୃତ ଯୁବକଙ୍କ ପରିଚୟ ମିଳିପାରି ନଥିବାବେଳେ ତାଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ ବୋଲି ଅନୁମାନ […]
ଭୁବନେଶ୍ୱର : ରାଜଧାନୀରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା । ଚନ୍ଦ୍ରଶେଖରପୁର ଇନଫୋସିଟି ଥାନା ଅଞ୍ଚଳରେ ଘଟିଛି ଏଭଳି ଅମାନୁଷିକ ହତ୍ୟାକାଣ୍ଡ । ଚନ୍ଦ୍ରଶେଖରପୁର ପାୱାର ଗ୍ରୀଡ୍ ପଛପଟ ନ୍ୟୁ ମେଫେୟାର ସମ୍ମୁଖ ଡ୍ରେନ୍ କଡ଼ରୁ ଯୁବକଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ମୁଣ୍ଡ ପାଖରେ ଦୁଇଟି ରକ୍ତ ଲଗା ପଥର ପଡିଥିବାର ଦେଖାଯାଇଥିଲା । ମୃତ ଯୁବକଙ୍କ ପରିଚୟ ମିଳିପାରି ନଥିବାବେଳେ ତାଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଯୁବକ ଜଣଙ୍କୁ କେଉଁଠାର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଘଟଣାସ୍ଥଳରେ ଇନଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।




