ଲୁଟ ପାଇଁ ଯୁବକଙ୍କୁ ଗୁଳିମାଡ଼,ହସ୍ପିଟାଲରେ ଭର୍ତି

ବାରିପଦା : ଟଙ୍କା ଲୁଟ ପାଇଁ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଗୁଳିମାଡ । ଘଟଣା ଘଟିଛି ବାରିପଦା ଏନଏଚ୍ ୧୮ ଅସନଯୋଡା ନିକଟରେ । ବାଇକରେ ଆସି ୩ ଜଣ ଦୁର୍ବୁତ୍ତ ଗୋଡାଇ ଗୋଡାଇ ଯୁବକଙ୍କୁ ୫ ରାଉଣ୍ଡ ଗୁଳି କରି ଚମ୍ପଟ୍ ମାରିଛନ୍ତି । ଯୁବକ ଜଣଙ୍କ ହେଲେ କୁଳିଅଣାର ଶିବାନନ୍ଦ ବାରିକ । ତାଙ୍କ ମୁଣ୍ଡ ଏବଂ ଗୋଡରେ ଗୁଳି ବାଜିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଉଦ୍ଧାର […]

ଲୁଟ ପାଇଁ ଯୁବକଙ୍କୁ ଗୁଳିମାଡ଼,ହସ୍ପିଟାଲରେ ଭର୍ତି
Samaya Live Picture
Published On

ବାରିପଦା : ଟଙ୍କା ଲୁଟ ପାଇଁ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ଗୁଳିମାଡ । ଘଟଣା ଘଟିଛି ବାରିପଦା ଏନଏଚ୍ ୧୮ ଅସନଯୋଡା ନିକଟରେ । ବାଇକରେ ଆସି ୩ ଜଣ ଦୁର୍ବୁତ୍ତ ଗୋଡାଇ ଗୋଡାଇ ଯୁବକଙ୍କୁ ୫ ରାଉଣ୍ଡ ଗୁଳି କରି ଚମ୍ପଟ୍ ମାରିଛନ୍ତି । ଯୁବକ ଜଣଙ୍କ ହେଲେ କୁଳିଅଣାର ଶିବାନନ୍ଦ ବାରିକ । ତାଙ୍କ ମୁଣ୍ଡ ଏବଂ ଗୋଡରେ ଗୁଳି ବାଜିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି।

ଶିବାନନ୍ଦ କୁଲିଅଣାରେ ଥିବା ଏକ ବିଦେଶୀ ମଦ ଦୋକାନର କର୍ମଚାରୀ । ଆଜି ସକାଳେ ଦୋକାନରୁ ଟଙ୍କା ନେଇ ବ୍ୟାଙ୍କ ଯାଉଥିବାବେଳେ କିଛି ଦୁର୍ବୁତ୍ତ ତାଙ୍କୁ ପିଛା କରି ବ୍ୟାଗ ଛଡ଼ାଇବାକୁ ଚେଷ୍ଟା କରିଥିଲେ । ଏହାକୁ ପ୍ରତିରୋଧ କରିଥିଲେ ଶିବାନନ୍ଦ । ଫଳରେ ଦୁର୍ବୁତ୍ତମାନେ ଗୁଳିମାଡ଼ କରିଥିଲେ । ତେବେ ଦୁର୍ବୁତ୍ତ ଟଙ୍କା ବ୍ୟାଗ ନେଇପାରି ନାହାନ୍ତି । ଦୁର୍ବୁତ୍ତ ୩ ଜଣ ହିନ୍ଦୀ ଏବଂ ବଙ୍ଗାଳି ଭାଷାରେ କଥା ହେଉଥିଲେ । ସେମାନେ ଝାରଖଣ୍ଡ ଅଂଚଳରୁ ଆସିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଘଟଣାର ଖବର ପାଇଁ କୁଳିଅଣା ପୋଲିସ ତଦନ୍ତ ଜାରି ରଖିଛି ।

Tags: