ଯୁବକଙ୍କୁ ଗରମ ପାଣି ଢାଳି ହତ୍ୟା

ଭଦ୍ରକ : ସୀମା ଟପିଗଲା ବର୍ବରତା । ଗରମ ପାଣି ଢାଳି ଯୁବକଙ୍କୁ ହତ୍ୟା କଲେ ମାଲିକ । ଘରେ କାମ କରିବାକୁ ଡାକି ମଦ ପିଇବାକୁ ଦେଲେ,ତା’ପରେ ଗରମ ପାଣି ଢାଳି ମାରିଦେଲେ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧଗାଁରେ । ଏନେଇ ମୃତ ଗଗନ ମଲ୍ଲିକଙ୍କ ଭାଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି । ଘଟନାନୁସାରେ,ବନ୍ଧଗାଁରେ ଜଣେ ଚୋରା ମଦ ବେପାରୀଙ୍କ ଘରେ କାମ କରୁଥିଲେ ଗଗନ ମଲ୍ଲିକ […]

ଯୁବକଙ୍କୁ ଗରମ ପାଣି ଢାଳି ହତ୍ୟା
Samaya Live Picture
Published On

ଭଦ୍ରକ : ସୀମା ଟପିଗଲା ବର୍ବରତା । ଗରମ ପାଣି ଢାଳି ଯୁବକଙ୍କୁ ହତ୍ୟା କଲେ ମାଲିକ । ଘରେ କାମ କରିବାକୁ ଡାକି ମଦ ପିଇବାକୁ ଦେଲେ,ତା’ପରେ ଗରମ ପାଣି ଢାଳି ମାରିଦେଲେ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧଗାଁରେ । ଏନେଇ ମୃତ ଗଗନ ମଲ୍ଲିକଙ୍କ ଭାଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି ।

ଘଟନାନୁସାରେ,ବନ୍ଧଗାଁରେ ଜଣେ ଚୋରା ମଦ ବେପାରୀଙ୍କ ଘରେ କାମ କରୁଥିଲେ ଗଗନ ମଲ୍ଲିକ । ମାଲିକଙ୍କ ଉପରେ ଗଗନର କିଛି ପଇସା ବାକି ପଡିଥିଲା । ଘଟଣାଦିନ ଗଗନ ଉକ୍ତ ମଦ ବେପାରୀଙ୍କ ଘରକୁ ଟଙ୍କା ମାଗିବାକୁ ଯାଇଥିଲେ ,ମଦ ବେପାରୀ ଗଗନଙ୍କୁ ଘରକୁ ଡାକି ମଦ ପିଇବାକୁ ଦେଇଥିଲେ । ପରେ କୌଣସି କଥାକଟାକଟିକୁ ନେଇ ଗଗନକୁ ନିସ୍ତୁକ ମାଡ ମାରିବା ସହିତ ନିକଟରେ ଥିବା ଏକ ଚିକେନ ସେଣ୍ଟରରେ ଥିବା ଗରମ ପାଣି ଆଣି ତାଙ୍କ ଉପରେ ଢାଳି ଦେଇ ଗୁରୁତର ଅବସ୍ଥାରେ ରାସ୍ତା କଡରେ ଫୋପାଡ଼ି ଦେଇ ଚାଲି ଆସିଥିଲେ । ଖବର ପାଇ ଗଗନଙ୍କ ସମ୍ପର୍କୀୟମାନେ ଗୁରୁତର ଅବସ୍ଥାରେ ଗଗନକୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ଗଗନକୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ହତ୍ୟା ଅଭିଯୋଗ ଏତଲା ଦିଆଯାଇଥିଲା । ଘଟଣାର ତଦନ୍ତ କରି ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

Tags: