ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା
ଭୁବନେଶ୍ୱର : ଲଗାତାର ଭାବରେ ସାମ୍ନାକୁ ଆସୁଛି ନିଶାନିବାରଣ କେନ୍ଦ୍ରରେ ହତ୍ୟା ଘଟଣା । ନିଶା ଛାଡ଼ିବା ବାହାନାରେ ପିଟି ପିଟି ହତ୍ୟା କରୁଛନ୍ତି । ସେହିପରି ଏକ ଘଟଣା ଘଟିଛି ଭୁବନେଶ୍ୱର ଝାରପଡା ସ୍ଥିତ ମହାଦେବ ନିଶା ନିବାରଣ କେନ୍ଦ୍ରରେ। ସେଠାରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଯୁବକ ଜଣଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି କହିଛନ୍ତି କେନ୍ଦ୍ର କର୍ତୃପକ୍ଷ […]
ଭୁବନେଶ୍ୱର : ଲଗାତାର ଭାବରେ ସାମ୍ନାକୁ ଆସୁଛି ନିଶାନିବାରଣ କେନ୍ଦ୍ରରେ ହତ୍ୟା ଘଟଣା । ନିଶା ଛାଡ଼ିବା ବାହାନାରେ ପିଟି ପିଟି ହତ୍ୟା କରୁଛନ୍ତି । ସେହିପରି ଏକ ଘଟଣା ଘଟିଛି ଭୁବନେଶ୍ୱର ଝାରପଡା ସ୍ଥିତ ମହାଦେବ ନିଶା ନିବାରଣ କେନ୍ଦ୍ରରେ। ସେଠାରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଯୁବକ ଜଣଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି କହିଛନ୍ତି କେନ୍ଦ୍ର କର୍ତୃପକ୍ଷ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଉଛନ୍ତି ନୟାଗଡ଼ର ପ୍ରଶାନ୍ତ ନାୟକ । ପ୍ରଶାନ୍ତଙ୍କ ପରିବାର ଲୋକ ବଳକା ଟଙ୍କା ପୈଠ ନକରିବାରୁ, ତାଙ୍କୁ ନିଶା ନିବାରଣ କେନ୍ଦ୍ର କର୍ମଚାରୀ ପିଟି ପିଟି ମାରିଦେଇଥିବା ଅଭିଯୋଗ କରିଛନ୍ତି ।
ମୃତ ପ୍ରଶାନ୍ତଙ୍କ ମା’ କହିଛନ୍ତି, ୩ ମାସ ହେବ ପୁଅକୁ ଆଣି ନିଶାନିବାରଣ କେନ୍ଦ୍ରରେ ଛାଡ଼ିଥିଲି। କିଛି ଦିନ ହେବ ମୋ ପୁଅର ଦେହ ଖରାପ ଥିଲା। ମୋପୁଅକୁ ଛାଡ଼ି ଦେବାକୁ ମୁଁ କହିଥିଲି। ୨ ଲକ୍ଷ ଟଙ୍କା ଦିଆସରିଥିଲା, ଆଉ ୭ ହଜାର ଟଙ୍କା ବାକି ଥିଲା। ୭ ହଜାର ଟଙ୍କା ଦେଲେ ସେମାନେ ଛାଡ଼ିବେ ବୋଲି କହିଥିଲେ। ୭ ହଜାର ଟଙ୍କା ଦେଇ ପାରି ନପାରିବାରୁ ସେମାନେ ମୋ ପୁଅକୁ ମାରିଦେଲେ। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।




