ବଡ଼ ଭାଇଙ୍କୁ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ସାନ ଭାଇର ମୃତ୍ୟୁ
ଗଞ୍ଜାମ : କୁମାର ପୂର୍ଣ୍ଣମୀ ପୂର୍ବରୁ ଗଞ୍ଜାମ ଜିଲ୍ଲା ଧରାକୋଟରେ ଗଡ଼ିଲା ମୁଣ୍ଡ । ଦୁର୍ବୁତ୍ତଙ୍କ ଆକ୍ରମଣରୁ ବଡ଼ ଭାଇଙ୍କୁ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ସାନ ଭାଇଙ୍କର ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଧରାକୋଟ ଥାନା ଆର୍, ଦାମୋଦର ପଲ୍ଲୀ ଅଞ୍ଚଳର ଡି.ଶଙ୍କର ରେଡ୍ଡୀ (୩୫ ବର୍ଷ)। ଖବର ଅନୁଯାୟୀ, ଆର୍, ଦାମୋଦର ପଲ୍ଲୀ ଗାଁ ର ସଞ୍ଜୀବ ରେଡ୍ଡୀଙ୍କ ସହିତ ସେହି ଗାଁର ରମେଶ ରେଡ୍ଡୀଙ୍କ ପୂର୍ବ ଶତ୍ରୁତା ରହିଥିଲା । ତେବେ ଉଭୟେ […]
ଗଞ୍ଜାମ : କୁମାର ପୂର୍ଣ୍ଣମୀ ପୂର୍ବରୁ ଗଞ୍ଜାମ ଜିଲ୍ଲା ଧରାକୋଟରେ ଗଡ଼ିଲା ମୁଣ୍ଡ । ଦୁର୍ବୁତ୍ତଙ୍କ ଆକ୍ରମଣରୁ ବଡ଼ ଭାଇଙ୍କୁ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ସାନ ଭାଇଙ୍କର ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଧରାକୋଟ ଥାନା ଆର୍, ଦାମୋଦର ପଲ୍ଲୀ ଅଞ୍ଚଳର ଡି.ଶଙ୍କର ରେଡ୍ଡୀ (୩୫ ବର୍ଷ)।
ଖବର ଅନୁଯାୟୀ, ଆର୍, ଦାମୋଦର ପଲ୍ଲୀ ଗାଁ ର ସଞ୍ଜୀବ ରେଡ୍ଡୀଙ୍କ ସହିତ ସେହି ଗାଁର ରମେଶ ରେଡ୍ଡୀଙ୍କ ପୂର୍ବ ଶତ୍ରୁତା ରହିଥିଲା । ତେବେ ଉଭୟେ ଜୁଆ ଖେଳୁଥିବାରୁ ଟଙ୍କା ଭଗବାଣ୍ଟାକୁ ନେଇ ପୂର୍ବରୁ ବଚସା ହୋଇଥିଲା । ଏହି ଘଟଣାକୁ ନେଇ ଗତ ରବିବାର ବିଳମ୍ବିତ ରାତିରେ ରମେଶ ରେଡ୍ଡୀ,ସଞ୍ଜୀବ ରେଡ୍ଡୀଙ୍କ ଘରକୁ ଆସି ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଏହି ସମୟରେ ରମେଶଙ୍କ ସାନ ଭାଇ ଡି.ଶଙ୍କର ରେଡ୍ଡୀ ବଡ଼ ଭାଇଙ୍କୁ ରକ୍ଷା କରିବାକୁ ଆସି ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସ୍ଥାନୀୟ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନେବା ବାଟରେ ହିଞ୍ଜିଳିଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଧରାକୋଟ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରହିଛି। ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି ।




